ଓଡ଼ିଶାକୁ ୫୦୦ କୋଟି

0 311

ଭୁବନେଶ୍ୱର,୨୨/୫(ଏସଏସନିୟୁଜ) ଓଡ଼ିଶାକୁ ୫୦୦କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାବାସୀ ବହୁତ ଭଲ ଭାବେ ବାତ୍ୟା ମୁକାବିଲା କରିଛନ୍ତି । ଓଡ଼ିଶା ସରକାରଙ୍କ ଟିମ୍ ବହୁତ ଭଲ କାମ କରିଛନ୍ତି ବୋଲି ମୋଦି କହିଛନ୍ତି । ଏହାସହ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବ ବୋଲି ସେ କହିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ନେଇ ଆଜି ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ । ଆକାଶମାର୍ଗରୁ ସେ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ । ବାତ୍ୟା ଅଞ୍ଚଳ ପରିଦର୍ଶନ ପରେ ବିମାନବନ୍ଦରରେ ସ୍ଥିତି ସମୀକ୍ଷା ବୈଠକ କରିଥିଲେ ।

Leave A Reply

Your email address will not be published.