ପ୍ରଂସଶା କଲେ ଗ୍ରାମବାସୀ

0 6,811

ଚନ୍ଦକା,୨୪/୪(ଏସ୍‌ଏସ୍‌ନିୟୁଜ୍‌) ବିଶ୍ୱରେ ମହମାରୀ କରୋନା ତାର ତାଣ୍ଡବ ରଚିଚାଲିଛି । ଏହା କବଳରୁ ରକ୍ଷା ପାଇବାପାଇଁ କେନ୍ଦ୍ରସରକାର ଦେଶକୁ ଲକ୍‌ଡାଉନ କରିଛନ୍ତି । ରାଜ୍ୟସରକାର ମଧ୍ୟ ବହୁବିଧ ଯୋଜନା ସହ ପ୍ରତିକାର ମୁଳକ ବ୍ୟବସ୍ଥାମାନ ଗ୍ରହଣ କରିଚାଲିଛନ୍ତି ।ସାମାଜିକ ଦୁରତ୍ୱ ବଜାୟ ରଖିବା ସାଙ୍ଗକୁ ଅନାବଶ୍ୟକ ସ୍ଥଳେ ଘରୁ ନବାହରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଘଡିସନ୍ଧି ମୁହୁର୍ତରେ ଏହି ଲଢେଇରେ ସାମିଲ ହେବାପାଇଁ ଆର୍ଥିକ ସହଯୋଗ କରିବାକୁ ମଧ୍ୟ ନିବେଦନ କରିଛନ୍ତି । ବହୁ ବଦାନ୍ୟ ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତାମାନ ଦେଉଥିବାର ଦେଖିବାକୁ ମିଳିଛି । ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମରେ ଥିବା ଚନ୍ଦକା ତଥା ବାରଙ୍ଗ ଅଂଚଳର ସୁନାମଧନ୍ୟ ତଥା ଆଗଧାଡିର ଭଗବାନଙ୍କ ନାମ ପ୍ରଚାରପ୍ରସାର କରିବାର ମାଧ୍ୟମ ସାଜିଛି ମହାବୀରଭଜନମଣ୍ଡଳୀ ।ଏହି ଭଜନମଣ୍ଡଳୀ ତରଫରୁ କରୋନାପ୍ରଭାବିତ ବିଶ୍ୱମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ଫାଣ୍ଠିକୁ ଭଜନମଣ୍ଡଳୀର ମୁଖ୍ୟ ସଦସ୍ୟ ସିଲୁପାହଡସିଂ ଓ ସରୋଜସାହୁ ଚନ୍ଦକା ରାଜସ୍ୱନିରିକ୍ଷକଙ୍କ କାର୍ଯ୍ୟାଳୟରେ ଉପସ୍ଥିତଥିବା ତହସିଲଦାର ପ୍ରଦୀପକୁମାର ସାହୁଙ୍କୁ ୧୦ ହଜାର ଟଙ୍କାର ଡ୍ରାଫ୍ଟ ପ୍ରଦାନ କରିଛନ୍ତି ।

ଅନ୍ୟମାନଙ୍କଠାରୁ ଭିନ୍ନତା ସାଜିଛି ମହାବୀର ଭଜନମଣ୍ଡଳୀ ।ଏଥିରେ ୧୦ଜଣ ଯୁବକ ସାମିଲ ହୋଇ ୫ବର୍ଷ ଧରି ଅନୁଷ୍ଠାନ ଚଳାଇଆସୁଛନ୍ତି । ନିଜ ଗ୍ରାମ ଦାରୁଠେଙ୍ଗ ଖାଲି ନୁହେଁ ଯେଉଁଆଡୁ ଡାକରା ଆସୁଛି ସେଠାକୁ ଛୁଟିଯାଉଛନ୍ତି ଖୁସିରେ ।ଭଗବାନଙ୍କ ନାମ ନେବେ,କଳିଯୁଗରେ ଇଶ୍ୱରପ୍ରାପ୍ତିର ବାର୍ତା ପ୍ରଚାରକରିବାର ଗୁରୁମନ୍ତ୍ର ପ୍ରଦାନ କରିବାଲକ୍ଷରେ ଆଗେଇଚାଲିଚନ୍ତି ଏହି ଯୁବକମାନେ ।ସବୁଠାରୁ ବଡ କଥା ହେଲା ଏହି ଭଜନମଣ୍ଡଳୀ ଯେଉଁଠାକୁ ଯାଏ ସେଠାରୁ ପାରିଶ୍ରମିକ ଅର୍ଥ ପ୍ରତି ଗୁରୁତ୍ୱ ନଥାଏ । ଭଜନସନ୍ଧ୍ୟା, ସତ୍ୟନାରାୟଣପାଲା, ଭଜନ,ମେଳା, ହନୁମାନଚାଳିଶା ଇତ୍ୟାଦି ପରିବେଷଣ କରି ବିନା ଦାବିଦାରରେ ଯାହାକିଛି ଅର୍ଥ ମିଳିଥାଏ ସେହି ଅôର୍ଥରେ ଭଜନ ଜନ୍ତ୍ରପାତି ମରାମତି ସହିତ ପ୍ରତିବର୍ଷ ପଣାସଂକ୍ରାନ୍ତିରେ ୧୦୮ ହନୁମାନ ଚଳିଶା ଦାରୁଠେଙ୍ଗ ଗ୍ରାମରେ କରାଯାଇଥାଏ ।ଚଳିତବର୍ଷ ଚାଳିଶା ନହେବାରୁ ସେଥିପାଇଁ ବ୍ୟୟବରାଦ ହେବାକୁ ଥିବା ଅର୍ଥରୁ କରୋନାପଡିିତାଙ୍କ ପାଇଁ ଖର୍ଚ୍ଚ କରାଯିବାର ସମସ୍ତ ସଦସ୍ୟ ନିଷ୍ପତି କରି ୧୦ହଜାରେ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିକୁ ପ୍ରଦାନ କରାଯାଇଛି ବୋଲି ପ୍ରବୀର ପରିଡା କହିଛନ୍ତି ।ତେବେ ଭଜନମଣ୍ଡଳୀର ସଦସ୍ୟମାନଙ୍କଦ୍ୱାର କରାଯାଇଥିବା ଏହି ଜନହିତକର କାର୍ଯ୍ୟ ଗ୍ରାମପାଇଁ ଗୈାରବ ବଢାଇଛି ବୋଲି ଗ୍ରମବାସୀମାନେ ପ୍ରଂସଶା କରିଚାଲିଛନ୍ତି ।

Leave A Reply

Your email address will not be published.