ବିପୁଳ ପରିମାଣର ବିଦେଶୀମଦ ଜବତ

0 51

ଭୁବନେଶ୍ୱର,୨୨ା୪(ଏସଏସନିଉଜ)ଖଣ୍ଡଗିରିଥାନା ପୁଲିସ ବେଆଇନ ବିଦେଶୀମଦ ବିକ୍ରୟ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ଇଛାପୁରମ ଗ୍ରାମର ରାଜୁସେଠୀନାମକ ଯୁବକକୁ ଗିରଫକରି ସୋମବାରଦିନ କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟଯେ, ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ନିମ୍ନୋକ୍ତ ରାଜୁସେଠୀ ଏକ କାରରେ ବେଆଇନ ଭାବେ ବିଦେଶୀମଦ ନେଇ ବରମୁଣ୍ଡା ରୁ ଖଣ୍ଡଗିରି ଅଭିମୁଖେ ଯାଉଥିବା ନେଇ, ବିଶ୍ଵସ୍ତସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନାଆଧାରରେ ପେଟ୍ରୋଲିଙ୍ଗଟିମ ତ୍ରିନାଥମନ୍ଦିରଛକ ନିକଟରେ ଅତର୍କିତଚଢଉ କରିବାସହ ରାଜୁକୁ କାବୁ କରିଥିଲେ । ଛାନଭିନ ସମୟରେ ପୁଲିସ କାରରୁ ମୋଟ ୨୩୬.୨୫୦ ଲିଟର ବିଦେଶୀମଦ ସହ ମଦଚାଲାଣରେ ବ୍ୟବହୃତ କାରଟିକୁ ଜବତ କରିଥିଲେ । ପଚରାଉଚରା ବେଳେ ରାଜୁ ନିଜରଅପରାଧ ସ୍ଵୀକାରକରିବା ସହ ଏହି ବିଦେଶୀମଦ ବିକ୍ରୟକରିବା ନେଇ ପାଖରେ କୌଣସି ଅନୁମତିପତ୍ର ନଥିବା ଦର୍ଶାଇଥିଲେ ।

Leave A Reply

Your email address will not be published.