ଆଜିର ରାଶିଫଳ

0 78

ଅପ୍ରେଲମାସ ୨୩ତାରିଖ ୨୦୨୪ମସିହା (ମଙ୍ଗଳବାର)ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା,ନକ୍ଷତ୍ର-ଚିତ୍ରା ସନ୍ଧ୍ୟା ଘ୧୧/୦୯ଗତେ ସ୍ୱାତି,ସୁର୍ୟୋଦୟ-ପ୍ରାତଃ ଘ୦୫/ ୨୭/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୪/୩୦ଯୋଗିନୀ ବାୟବ୍ୟେ,ପୂର୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମକରରାଶିର ଘାତ ବାର,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୧୦/୨୦ ଗତେ ଘ୦୨/୫୫ ମଧ୍ୟେ, ବାରବେଳା – ଦିବା ଘ୦୭/୦୧ ଗତେ ଘ୦୮/୩୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୬ ଗତେ ଘ୧୦/୧୩ ମଧ୍ୟେ ଓ ଘ୦୩/୦୦ ଗତେ ଘ୦୪/ ୩୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି, ଆମିଷ ଭକ୍ଷଣ ନିଷେଧ।
ମେଷ:-ବ୍ୟବସାୟୀମାନଙ୍କ ପାଇଁ ଆଜିରଦିନ ଲାଭ ଦାୟକ ହେବ।ଆର୍ଥିକଲାଭ ମିଳିବ।ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରିପାରିବେ।ଶରୀର ଏବଂ ମନ ସୁସ୍ଥରହିବ।ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେଦିନ କଟିବ।
ବୃଷ:-ଆଜି ଲୋକମାନଙ୍କସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ।ବୌଦ୍ଧିକଚର୍ଚ୍ଚା କିମ୍ବା ବାଦବିବାଦରେ ସଫଳତା ମିଳିବ।ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟ ଅଟେ।ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
ମିଥୁନ:-ସମସ୍ତ କାର୍ଯ୍ୟରେ ଆପଣଦ୍ୱନ୍ଦ୍ୱ ଅନୁଭବ କରିବେ।ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ।ବିଚାରର ଭରମାର ରେ ମାନସିକ ଆଳସ୍ୟ ଅନୁଭବ କରିବେ।ଅନିଦ୍ରା କାରଣରୁ ଶାରୀରିକଅସୁସ୍ଥତା ହୋଇପାରେ।ପାଣି କିମ୍ବା ଅନ୍ୟ ତରଳପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ:-କାର୍ଯ୍ୟସଫଳପାଇଁ ଆଜିରଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ।ଲଘୁଯାତ୍ରାର ଯୋଗ ଅଛି। ଭାଇବନ୍ଧୁମାନଙ୍କସହ ମିଳାମିଶା ରହିବ।ଆର୍ଥିକଲାଭ ତଥା ସମାଜରେ ଆଦରସମ୍ମାନ ମିଳିବ। ବିରୋଧି ମାନଙ୍କୁ ପରାଜିତ କରି ପାରିବେ।
ସିଂହ:-ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ।ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତିହେବ।ନିର୍ଦ୍ଧାରିତ କାମରେ ସଫଳତା ମିଳିବ।ମହିଳାମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା:-ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜରକାମ କାଢ଼ି ପାରିବେ।ବ୍ୟବସାୟ ଦୃଷ୍ଟିରେ ଆଜିରଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦପ୍ରାପ୍ତି ହେବ।ଧନଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା:-ଆଜି ଆପଣ ଅନ୍ୟବ୍ୟକ୍ତି କିମ୍ବା କୁଟୁମ୍ବଜନ ମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି।ପରୋପକାର ବଦଳରେ ଉପକାର ମିଳିପାରେ।ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା:-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ।ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭସମାଚାର ମିଳିବ।ମାଙ୍ଗଳିକକାର୍ଯ୍ୟ ହେବ।ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ।ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:- ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ।ପରୋପକାର ଭାବନା ଆଜି ବଲବତ୍ତର ରହିବ।ଆମୋଦପ୍ରମୋଦ ସହିତ ଆପଣଙ୍କଦିନ କଟିବ।ଚାକିରିବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ।ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର:-ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ।ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ:-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ।ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି।ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ:-ଆଜିରଦିନ ସୁଖଶାନ୍ତିରେ କଟିବ। ବ୍ୟାପାରି ମାନଙ୍କ ଉତ୍ତମସମୟ ଅଟେ।ପତିପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟଜୀବନରେ ନିକଟତା ଅନୁଭବହେବ।ମିତ୍ର ମାନଙ୍କ ତଥା ସ୍ଵଜନମାନଙ୍କସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ।ଉତ୍ତମ ବୈବାହିକସୁଖ ପ୍ରାପ୍ତିହେବ।
!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.