ଆଜିର ରାଶିଫଳ

0 104

୨୦୨୪ମସିହା ଅପ୍ରେଲମାସ ୨୪ତାରିଖ ବୁଧବାର।ଶ୍ରୀ ମନ୍ଦିରେ ସେତୁବନ୍ଧ ପ୍ରସ୍ତାବ, ବୈଶାଖବ୍ରତାରମ୍ଭ।ସୁର୍ଯ୍ୟୋଦୟ- ଘ୫/୨୫/୫୭ ,ସୂର୍ଯ୍ୟାସ୍ତ- ଘ୬/୩/୫୧ ,ବୈଶାଖମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ପ୍ରତିପଦ୍ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ। ତିଥି ଓ ରବିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୩୦ମି ରୁ ଘ୧୦/୬ମି ମଧ୍ୟେ।ବାରବେଳା ଦିବା ଘ୧୧/୪୩ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୩୦ମି ରୁ ଘ୩/୫୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃ ରୁ ଦିବା ଘ୬/୫୯ମି ମଧ୍ୟେ, ଘ୧୧/୪୬ମି ରୁ ଘ୧/୨୨ମିମଧ୍ୟେ, ସନ୍ଧ୍ୟା ଘ୬/୫୪ମି ରୁ ରାତ୍ରି ଘ୯/୧୮ମି ମଧ୍ୟେ, ରାତ୍ରି ଘ୨/୭ମି ରୁ ରାତ୍ରିଶେଷ ଘ୫/୨୫ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୩/୪୬ମି ରୁ ଘ୫/୨୨ମି ମଧ୍ୟେ, ରାତ୍ରି ଘ୯/୧୮ମି ରୁ ଘ୧୦/୫୪ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୧/୧୫ମି ପରେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳ ସୁବର୍ଣ୍ଣଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ ମତାନ୍ତରେ ବିପୁତ୍ରା ଶାନ୍ତି କରଣୀୟ। ଶୁଭକର୍ମ- ନାହିଁ ।
ମେଷ- ସମସ୍ତଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।
ବୃଷ- ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ।
ମିଥୁନ-ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ପରିବାରରେ ଶାନ୍ତିଦାୟକ ପରିବେଶ ରହିବ। ଆମଦାନିରେ ବୃଦ୍ଧି ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
କର୍କଟ-ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟରୁ ଲାଭ ପାଇବେ। ଭାଇ ଭଉଣୀଙ୍କ ସହଯୋଗରେ କୌଣସି କାମ ଆରମ୍ଭ କରିବେ।
ସିଂହ- ଅନ୍ୟମାନଙ୍କ ସହ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ସବୁ କଷ୍ଟର ନିବାରଣ ହେବ।
କନ୍ୟା-ଶିକ୍ଷକଙ୍କ ଲାଗି ଦିନଟି ଗୁରୁତ୍ବପୂର୍ଣ୍ଣ। କାର୍ଯ୍ୟରେ ମାଆଙ୍କ ସହଯୋଗ ପାଇବେ। ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ମିଳିବ।
ତୁଳା-କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି।ଆପଣ ଭାବିଥିବାକାମ ସଂପୂର୍ଣ୍ଣ ହୋଇଯିବ।ଧର୍ମଗ୍ରନ୍ଥପଢ଼ିବାରେ ରୁଚିବଢ଼ିବ।ପାରିବାରିକ ଜୀବନ ଶାନ୍ତିମୟ ହେବ।
ବିଛା- ନିଜରସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ବେପାରରେ ଲାଭ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଠିକ୍ ରହିବ।
ଧନୁ- ପରିବାରକୁ ଅଧିକ ସମୟ ଦେବାର ସୁଯୋଗ ପାଇବେ। ଅର୍ଥ ପାଇଁ କୌଣସି କାମ ସ୍ଥଗିତ ରହିପାରେ। କୌଣସି ବ୍ୟକ୍ତି କ୍ଷତି ପହଞ୍ଚାଇପାରନ୍ତି, ତେଣୁ ସତର୍କ ରୁହନ୍ତୁ।
ମକର- ବାପାଙ୍କ ସହଯୋଗରେ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ଅଧିକ ପରିଶ୍ରମ କରି ସନ୍ତୋଷଜନକ ଫଳ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।
କୁମ୍ଭ- ଆପଣଙ୍କକାମ ନିର୍ଦ୍ଧାରିତସମୟ ପୂର୍ବରୁ ସଂପୂର୍ଣ୍ଣହୋଇଯିବ।କାମରେ ବନ୍ଧୁଙ୍କପରାମର୍ଶ ଲାଭପ୍ରଦ।ଆପଣଙ୍କ ବିବାହପ୍ରସଙ୍ଗରେ ଆସୁଥିବାବାଧା ପାଇଁ ଚିନ୍ତିତ ରହିବେ।
ମୀନ-ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ଠିକ୍ ଦିଗରେ ପରିଶ୍ରମ କଲେ ଯାଇ ଫଳ ପାଇବେ। ଅଫିସର କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.