କୁଞ୍ଜବିହାରୀ ମହାବିଦ୍ୟାଳୟର ୪୮ତମ ବାର୍ଷିକ ଉତ୍ସବ

କଟକ,୭।୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ବାରଙ୍ଗ କୁଞ୍ଜବିହାରୀ ସରକାରୀ ମହାବିଦ୍ୟାଳୟ ରେ ୪୮ତମ ବାର୍ଷିକ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋଲେଖ ମହାପାତ୍ର,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆଲମୁନି କମିଟି ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ଅତିଥି ଭାବେଯୋଗ ଦେଇଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ସେକ୍ ନଇଁମ ଉଦ୍ଧିନିଙ୍କ ସଭାପତିତ୍ବରେ ଅନୁଷ୍ଟିତ ଉତ୍ସବରେ ଆୟୋଜିତ ସଭାରେ ଅଧ୍ୟାପକ ଡ. ସନ୍ତୋଷ କୁମାର ମିଶ୍ର ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ମହା ବିଦ୍ୟାଳୟରେ ବିଭିନ୍ନ ଅସୁବିଧା ସଂପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ମହାବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ ମଧୁକୁଞ୍ଜ ‘ କୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ଶେଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଅନ୍ୟପଟେ ସ୍ଥାନୀୟ ବିଧାୟକ ଭାବେ ଭ୍ବବନେଶ୍ୱର୍ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ଆମନ୍ତ୍ରଣ କରାନଯିବା ଓ ମହାବିଦ୍ୟାଳୟକୁ ଗଢି ତୋଲିବାରେ ଅଞ୍ଚଳର ଯେଉଁମାନଙ୍କର ବିଶେଷ ଅବଦାନ ରହିଛି ସେମାନଙ୍କୁ ଉତ୍ସବକୁ ନିମନ୍ତ୍ରଣ କରାନଯାଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି ।

- Advertisement -

Leave A Reply

Your email address will not be published.