୨୦୨୬ ମସିହା, ଅକ୍ଟୋବର ମାସ, ୯ ତାରିଖ, ଶୁକ୍ରବାର।ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା, ଗୋପବନ୍ଧୁ ଜୟନ୍ତୀ ।ଋତୁ- ଶରତ ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୨/୫୩🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୫/୧୭, ଆଶ୍ୱିନ ମାସ, କୃଷ୍ଣପକ୍ଷ,ଭୃଗୁ ବାସ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୯/୨୧ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ରାତ୍ରି ଘ୯/୪୭ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୯/୨୧ମି ପରେ ଐଶାନ୍ୟ କୋଣରେ । ରିକ୍ତାତିଥି, ବିଷ୍ଟିକରଣ, ରବିଯୁକ୍ତ ଓ ଶନିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ବୃଷ ରାଶିର ଘାତଚନ୍ଦ୍ର ।ଘାତବାର-ବିଛା, ଧନୁ ଓ ମୀନ ରାଶିର ଘାତବାର।ତାରାଶୁଦ୍ଧି-୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୯/୪୭ମି ପରେ ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ- ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ ।ନିଷିଦ୍ଧ ଖାଦ୍ୟ-ବ୍ରିହୀ (ବିରି), ରାତ୍ରି ଘ୯/୨୧ମିପରେ ଆମିଷ ଭକ୍ଷଣ ନିଷେଧ ।ଅଶୁଭବେଳା-(ବାର ଓ କାଳବେଳା)ଦିବା ଘ୮/୩୯ମି ରୁ ଘ୧୧/୩୧ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୮/୨୬ମି ରୁ ଘ୯/୫୯ମି ପର୍ଯ୍ୟନ୍ତ।ଶୁଭ ବେଳା-(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୬/୩୬ମି ମଧ୍ୟେ, ଘ୭/୨୧ମି ରୁ ଘ୯/୪୪ମି ମଧ୍ୟେ, ଘ୧୨/୯ମି ରୁ ଘ୩/୨୧ମି ମଧ୍ୟେ, ଘ୪/୧୩ମି ରୁ ସୂର୍ଯ୍ୟାସ୍ତ ଘ୫/୨୫ମି ମଧ୍ୟେ, ସନ୍ଧ୍ୟା ଘ୬/୭ମି ରୁ ରାତ୍ରି ଘ୯/୧୯ମି ମଧ୍ୟେ, ଘ୧୧/୪୩ମି ରୁ ଘ୨/୫୫ମି ମଧ୍ୟେ, ଘ୩/୪୩ମି ରୁ ନିଶାନ୍ତ ଘ୫/୧୯ମି ପର୍ଯ୍ୟନ୍ତ(ମାହେନ୍ଦ୍ର ବେଳା) ନାହିଁ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ରାତ୍ରି ଘ୯/୪୭ମି ମଧ୍ୟେ ୧ ପାଦ ନକ୍ଷତ୍ର ପୁଷ୍କର ଦୋଷ । ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ହାନି । ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ । ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସୁଭଗା (ଶୁଭ)ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ) ।ଶୁଭକର୍ମ- ନାହିଁ ।
🐐ମେଷ👉ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇନେବେ। ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ଅର୍ଥହାନି ଘଟିପାରେ। ଆନୁଷ୍ଠାନିକ କାମରେ କଳହର ସମ୍ମୁଖୀନ ହେବାକୁ ପଡ଼ିବ। ବ୍ୟବସାୟ, ସଭାସମିତି, ଧର୍ମାନୁଷ୍ଠାନ ଦିଗରୁ ଉଚ୍ଚବର୍ଗର ବ୍ୟକ୍ତିଙ୍କଠାରୁ ପ୍ରେରଣା ଲାଭ କରିବେ।
🐂ବୃଷ👉ଶନିଙ୍କ ଦୃଷ୍ଟି ପ୍ରଭାବରୁ କର୍ମକ୍ଷେତ୍ରରେ ସୁଯୋଗ ଆପଣାଛାଏଁ ଆସିବ। ଅର୍ଥ ସମ୍ପର୍କୀୟ କଥାବାର୍ତ୍ତାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ଅଧିକାଂଶ ସମୟ ମନ ଅସ୍ଥିର ରହିବାରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ। ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
👩❤️👨 ମିଥୁନ👉କର୍ମକ୍ଷେତ୍ରର କୌଣସି ବ୍ୟତିକ୍ରମକୁ ନେଇ କୈଫିୟତ୍ ଦେବାକୁ ପଡ଼ିପାରେ।ବନ୍ଧୁ ଗହଣରେ ସାଧାରଣ କଥାକୁ କେନ୍ଦ୍ର କରି କଳହର ଆଶଙ୍କା ରହିଛି। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବା କାରଣରୁ ଧୀରେ ସୁସ୍ଥେ କାମ କରିବାକୁ ବାଧ୍ୟ ହୋଇପାରନ୍ତି।
🦀କର୍କଟ👉କ୍ରନିକ୍ ରୋଗରେ ପୀଡ଼ା, ବନ୍ଧୁଙ୍କ ପକ୍ଷପାତିତା ଏବଂ ଋଣ ପରିଶୋଧଜନିତ ଦୁଶ୍ଚିନ୍ତା ଲାଗି ରହିବ। ପରିବାରରେ ସ୍ବାସ୍ଥ୍ୟହାନି ସମ୍ପର୍କୀୟ ଆଲୋଚନା କରିପାରନ୍ତି।ପଡ଼ୋଶୀଙ୍କ ପ୍ରେରଣାରେ ବନ୍ଧୁ ସମ୍ପର୍କ ସ୍ଥାପନ କରିବା ଦିଗରେ ମନ ବଳାଇବେ। ଉପରିସ୍ଥଙ୍କ ଅନୁକମ୍ପାରୁ ସୁଯୋଗର ସଦ୍ ବ୍ୟବହାର କରି ଖୁସି ରହିପାରନ୍ତି।
🦁 ସିଂହ👉ଆଲୋଚନାରେ ବିଫଳତା ସାଙ୍ଗକୁ ସମ୍ପର୍କହାନିଜନିତ ମାନସିକ ଅସ୍ଥିରତା ସୃଷ୍ଟି ହେବ। କୌଣସି କାର୍ଯ୍ୟାରମ୍ଭ ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ।ବନ୍ଧୁଙ୍କ ଦୋଷ, ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଅନ୍ୟକୁ ମିଥ୍ୟା କୈଫିୟତ୍ ଦେବାକୁ ପଡ଼ିପାରେ। ପରୋକ୍ଷ ଶତ୍ରୁତା କାରଣରୁ ହାତମୁଠାରୁ ସୁ୍ଯୋଗ ଖସିଯାଇପାରେ।
🧕କନ୍ୟା👉ପରିସ୍ଥିତି ଜଟିଳ ରହିଥିଲେ ମଧ୍ୟ ଆପଣଙ୍କ ଯୁକ୍ତିଯୁକ୍ତ କଥାବାର୍ତ୍ତାକୁ କେହି ଅସ୍ବୀକାର କରିପାରିବେ ନାହିଁ। ବହୁତ ଦିନରୁ ବାକି ରଖିଥିବା ଲୋକଟି ହଠାତ୍ ନିଜେ ଆସି ଟଙ୍କା ଦେଇଯିବାର ସୂଚନା ପାଇବେ। ପାରିବାରିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହୋଇପାରନ୍ତି।
⚖️ତୁଳା👉ବିଗତ ଦିନର ସମସ୍ୟା ସମାଧାନ ଲାଗି କଷ୍ଟ ସ୍ୱୀକାର କରିବେ।ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରେ କୃତିତ୍ୱର ପ୍ରଶଂସା ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।ବନ୍ଧୁଙ୍କ ସହିତ ଆଜିର ଯାତ୍ରା, ବାଣିଜ୍ୟ କ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରନ୍ତି। ଆନୁଷ୍ଠାନିକ ଉତ୍ସବ ପ୍ରସ୍ତୁତି କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କଲେ ଭଲ ହେବ।
🦂ବିଛା👉ମାନସିକ ସ୍ତରରେ ପରିବର୍ତ୍ତନ ଅନୁଭବ କରିବା ସାଙ୍ଗକୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କଠାରୁ ଦୂରେଇ ଯାଇପାରେ। ପରିବାରରେ ଭୁଲ୍ ବୁଝାମଣାରୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି।
🏹ଧନୁ👉ପାରିବାରିକ କ୍ଷେତ୍ରରେ ମାନସିକ ସ୍ଥିତି ଭଲ ରହି ନପାରେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ତଦନୁଯାୟୀ କାମ କଲେ ଉପକୃତ ହେବେ। ସନ୍ତାନଙ୍କ ଉଚ୍ଚଶିକ୍ଷା ସକାଶେ ବନ୍ଧୁଙ୍କ ପରାମର୍ଶକୁ ଅଗ୍ରାଧିକାର ଦେଇପାରନ୍ତି। ସାମାଜିକ ତଥା ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ଙ୍କର ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
🐊ମକର👉ଆଜି କୌଣସି କାମ ନ ଅଟକିଲେ ମଧ୍ୟ ଶୃଙ୍ଖଳାର ସହ ସମ୍ପନ୍ନ ହେବା କଷ୍ଟକର ହେବ। ପାରିବାରିକ ସ୍ଥିତିରେ ଉନ୍ନତି ଘଟିବାର କ୍ଷୀଣ ଆଶା ମନକୁ ଚହଲାଇ ଦେଇପାରେ। ପିଲାଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ସ୍ବଭାବ ଓ ଆଚରଣକୁ ନେଇ ମାନସିକ ସ୍ଥିତି ବିପନ୍ନ ହେବ। ସମସ୍ୟା ସମାଧାନର ରାସ୍ତା ବାହାର କରିବାରେ ସମର୍ଥ ହେବେ।
🏺କୁମ୍ଭ👉ମାନସିକ ସ୍ଥିତି ପୂର୍ବ ପରି ରହିଲେ ମଧ୍ୟ ଘରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ଅତ୍ୟାବଶ୍ୟକ ଜିନିଷଟି ପାଖରେ ନ ପାଇ ଅନ୍ୟମାନଙ୍କ ସହ ତର୍କ କରିପାରନ୍ତି। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ହେବ। ଅନ୍ୟମାନଙ୍କ କଥାରେ ପଡ଼ି ନିଜ କାମ ଛାଡ଼ି ପରକଥାରେ ମୁଣ୍ଡ ପୂରାନ୍ତୁ ନାହିଁ।
🐟ମୀନ👉ଦୂରଯାତ୍ରା, ବନ୍ଧୁଙ୍କ ନିମନ୍ତ୍ରଣ, ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ ଦିଗରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ବନ୍ଧୁଙ୍କ ଆହ୍ବାନକ୍ରମେ ବିଦେଶ ଯାତ୍ରାର ଯୋଜନା ପ୍ରସ୍ତୁତ କରିପାରନ୍ତି। ପାରିବାରିକ ସମର୍ଥନ ହେତୁ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ କିମ୍ବା ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ଅକ୍ଷୁଣ୍ଣ ରହିବ।
🕉️ନୀତିବାଣୀ🕉️
ନିଜ ଉପରେ ସବୁ ବେଳେ ଭରସା ରଖି ଥିବ,କାରଣ ଏତେ ବାଟ ଆସିଛ ମାନେ ନିଶ୍ଚିତ ଆଗକୁ ଯାଇପାରିବ।ସଫଳତା ନିଶ୍ଚିତ ଭାବରେ ପାଇବ।ସମ୍ପର୍କକୁ କେବେବି ଧନରତ୍ନରେ ମାପିବନି କାରଣ ଆମ ଦୁଃଖରେ ସାଥ ଦେଉଥିବା ଲୋକ ପ୍ରାୟତଃ ଗରିବ ହିଁ ହୋଇଥାଏ।
ମାଟି ପଥରକାଠ ବା ଧାତୁରେ ମୁର୍ତ୍ତି ତିଆରି ହୋଇପାରେ ପୂଜା କରିବାର ନିଷ୍ଠା ହିଁ ଶ୍ରେଷ୍ଠ ନୈବେଦ୍ୟ ଆତ୍ମାର ଶ୍ରଦ୍ଧା ସବୁଠାରୁ ବଡପୂଜା।ବିଷୟ ବାସନା ଭୋଗ ଲାଳସା ସବୁ ଅଧର୍ମର ମୂଳବୀଜ ଏସବୁଠାରୁ ନିଜକୁ ଦୂରେଇ ରଖିବା ବିଜ୍ଞତାର ପରିଚୟ।
ଆଜିର ରାଶିଫଳ
Prev Post
