୮ଟି ରାଜ୍ୟରେ ନୂଆ ରାଜ୍ୟପାଳ

0 344

ନୂଆଦିଲ୍ଲୀ,୬/୭(ସତ୍ୟ ସନ୍ଧାନ) ଦେଶର ୮ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କିଛି ରାଜ୍ୟର ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟକୁ ବଦଳି କରାଯାଇଥିବା ବେଳେ ଆଉ କେତେକଙ୍କୁ ନୂତନ ଭାବରେ ନିଯୁକ୍ତି ଦିଆଯାଇଛି ।
ମିଜୋରାମ ରାଜ୍ୟପାଳ ଥିବା ପି ଏସ ଶ୍ରୀଧରନ ପିଲାଇଙ୍କୁ ଗୋଆ ରାଜ୍ୟପାଳ, ହରିଆଣା ରାଜ୍ୟପାଳ ଥିବା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ , ତ୍ରିପୁରା ରାଜ୍ୟପାଳ ଥିବା ରମେଶ ବୈଶଙ୍କୁ ଝାଡଖଣ୍ଡର ରାଜ୍ୟପାଳ, ଥାୱରଚାନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ,ହିମାଚଳପ୍ରଦେଶର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ବଦଳି କରାଯାଇ ହରିଆଣା ରାଜ୍ୟପାଳ, ଡ. ହରିବାବୁ ଖମ୍ବପତିଙ୍କୁ ମିଜୋରାମ ରାଜ୍ୟପାଳ, ମଙ୍ଗୁଭାଇ ଛଗନଭାଇ ମଧ୍ୟପ୍ରଦେଶ ରାଜ୍ୟପାଳ,ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ଏଥିସହିତ ସେମାନେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ସେମାନଙ୍କର ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ ବୋଲି ରାଷ୍ଟ୍ରପତି ଭବନରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ।

Leave A Reply

Your email address will not be published.