କୋଟିପତି ଅଙ୍ଗନବାଡ଼ି ଦିଦି

0 603

ଭୁବନେଶ୍ୱର, ୧୪/୯(ଏସଏସନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡ଼କଣ୍ଟାର କୋଟିପତି ଅଙ୍ଗନବାଡ଼ି ଦିଦି କବିତା ମାଥନଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଛି । କେଶୁରାରେ ୨ ମହଲା ବିଲ୍ଡିଂ ଥିବାବେଳେ ଝାରପଡ଼ାରେ ୨ଟି ୩ ମହଲା ଓ ଗୋଟିଏ ୧ ମହଲା ବିଲ୍ଡିଂ ରହିଛି। ପୈତୃକ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ଜଗତସିଂହପୁର ବାଲିକୁଦାରେ ଭିଜିଲାନ୍ସ ଟିମ୍ କବିତାଙ୍କ ୨ ମହଲା ବିଲ୍ଡିଂ ସମେତ ୬ଟି ଘରେ ଚଢ଼ଉ କରିଛି।ଭିଜିଲାନ୍ସ ହାତରେ ଧରାପଡିବାପରେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଜାଣିବାକୁପାଇଛି ।ରେଡ଼ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ୨ଟି ତିନି ମହଲା କୋଠା, ଗୋଟିଏ ଦୁଇ ମହଲା କୋଠାଘର, ଗୋଟିଏ ଏକ ମହଲା କୋଠାଘର, ଗୋଟିଏ ଚାରିଚକିଆ ଗାଡି ଏବଂ ଗୋଟିଏ ଦୁଇଚକିଆ ଗାଡି ଜବତ କରିଥିବାର ଜଣାପଡିଛି ।ଭିଜିଲାନ୍ସର ଏହି ଚଢଉରେ ୧୦ ଜଣ ଡିଏସପି, ୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି।

Leave A Reply

Your email address will not be published.