କଲ୍ୟାଣ ମଣ୍ଡପର ଭିତି ପ୍ରସ୍ତର ସ୍ଥାପନ

0 413

ଡେଲାଙ୍ଗ (ଏସଏସ ନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ସ୍ଥିତ ବାନାମ୍ବରଦେବ ମନ୍ଦିର ନିକଟରେ ରବିବାର କଲ୍ୟାଣ ମଣ୍ଡପ ନିମନ୍ତେ ଭୂମିପୁଜା ଅନୁଷ୍ଠିତ ହୋଇଯାଇଛି । ଏହି କଲ୍ୟାଣ ମଣ୍ଡପ କାର୍ଯ୍ୟସରିଲେ ଆଖପାଖ ଅଂଚଳର ଗ୍ରାମ ଗୁଡିକର ଶତାଧିକ ଲୋକେ ଉପକୃତ ହେବେ । ଏହା ସହିତ ବିବାହ,ଯାନିଯାତ୍ରା ଆଦି କାର୍ଯ୍ୟରେ ସହାୟ ହୋଇପାରିବ । ପୂଜକ ଭାସ୍କର ରଥ ଭୂମିପୁଜା ନିମନ୍ତେ ପୁଜାର୍ଚ୍ଚନା କରିବା ପରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ନଡିଆ ବାଡେଇ ଭୂମିପୁଜା କରିଥିଲେ ।

୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କଲ୍ୟାଣ ମଣ୍ଡପ ନିର୍ମିତ ହେବାକୁଥିବାବେଲେ ବିଶେଷକରି ୩ ପଂଚାୟତ ଜନସାଧାରଣ ମାନେ ଉପକୃତ ହୋଇପାରିବେ । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସହୁ,ବ୍ଲକ ସଭାପତି ବୈରାଗୀ ଜେନା,ସ୍ଥାନୀୟ ସରପଂଚଞ୍ଚ ପ୍ରତିମା ମଳିକ, ସମିତିସଭ୍ୟା ପ୍ରସାଦିନୀ ଦୟଣା ,ପିପିଲି ଅତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ,ଜିଲ୍ଲାପରିଷଦ ଦେବାଶିଷ୍ ନନ୍ଦ,ସାରଙ୍ଗଧର ତ୍ରିପାଠୀ ,ରବିନାରାୟଣ ତାଡ,ବାସୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.