ରେଳ ପ୍ଲାଟର୍ଫମରୁ କ୍ଷତାକ୍ତ ଅଜଣା ମହିଳା ଉଦ୍ଧାର

0 267

ଡେଲାଙ୍ଗ, ୧୯/୧(ଏସଏସନିୟୁଜ)ଖୋର୍ଦ୍ଧାରୋଡ଼ ପୁରୀ ରେଳପଥର କଣାସ ରୋଡ଼ ପ୍ଲାଟଫର୍ମ ନିକଟରୁ ଜଣେ କ୍ଷତାକ୍ତ ମହିଳାଙ୍କୁ ସ୍ଥାନୀୟ ସାମାଜିକ କର୍ମୀ ଉଦ୍ଧାର କରିବା ସହ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଛନ୍ତି । ମହିଳାଙ୍କ ବାମ ଗୋଡ଼ରେ ୨ ଦିନ ପୂର୍ବରୁ ହୋଇଥିବା କ୍ଷତ ପାଚି କଷ୍ଟରେ ଛଟପଟ ହେଉଥିବା ଅନୁମାନ କରାଯାଉଛି । ମହତାବ ଉଚ୍ଚ ବିଦ୍ୟାଳୟର କ୍ରିଡ଼ା ପ୍ରଶିକ୍ଷକ ନଟବର ସେଠୀ ପ୍ରମୁଖ ମହିଳାଙ୍କୁ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ମହିଳାଙ୍କର ପରିଚୟ ମିଳିପାରିନାହିଁ । ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗୁରୁତରତ୍ତ ମହିଳା ଦୁଲାବତୀ ଦେବୀ ବୟସ (୫୦) ବୋଲି ଜଣାପଡିଛି ।

Leave A Reply

Your email address will not be published.