ଯୁବସେବାୟତଙ୍କ ଅକାଳ ବିୟୋଗ

0 215

ଭୁବନେଶ୍ୱର,୧୯/୧(ଏସ୍‌ଏସ୍‌ନିୟୁଜ) ସାକ୍ଷୀଗୋପାଳ ଠାକୁରଙ୍କ ଭଣ୍ଡାରମେଳାପ ସେବାୟତ କିର୍ତିଶେଖର ମେଳାପ ଙ୍କର ରବିବାର ସନ୍ଧ୍ୟାରେ ହୃଦଘାତରେ ଅକାଳ ବିୟୋଗ ହୋଇଛି । ପୁରୀଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏହି ଖବରପାଇବାପରେ ମନ୍ଦିର ସେବାୟତ,ସତ୍ୟବାଦୀ ଗୁରୁକୁଳ ଆଥଲେଟିକ ଓ ସତ୍ୟବାଦୀ ରେ ଶୋକର ଛାୟା ଖେଳିଯାଇଛି ।ସେ ଓଡିଶା ଗ୍ରାମ୍ୟବ୍ୟାଙ୍କ ର କର୍ମଚାରୀଭାବେ କାମ କରୁଥିଲେ । ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ସାକ୍ଷୀଗୋପାଳ ଓ ପରେ ପୁରୀ ଡାକ୍ତରଖାନାରେ ଭର୍ତିକରଯାଇଥିଲା । ସେ ଜଣ ଆମାୟିକ ଓ ପରୋପକାରୀ ଯୁବକ ଥିଲେ । ପରିବାରର ଏକମାତ୍ର ପୁଅ କିର୍ତୀଶେଖରଙ୍କର ପତ୍ନି ଓ ଶିଶୁପୁତ୍ର ସହ ବାପା ବୋଉ ଙ୍କୁ ନେଇ ଛୋଟିଏ ସଂସାରଟି ରହିଥିଲା ।

Leave A Reply

Your email address will not be published.