ମେଣ୍ଢାଶାଳ,୩/୧୦(ଏସ ଏସ ନିୟୁଜ)ମେଣ୍ଢାଶାଲ ଗ୍ରାମ ପଞ୍ଚାୟତ ସଭାଗୃହରେ ସରମ୍ପଚ ମମତା ବେହେରାଙ୍କ ସଭାପତିତ୍ୱରେ ମଧୁମଖି ପାଳନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଓଡିଶା ଖଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡ ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀକାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ଭୁବନେଶ୍ୱର ରେଜିଓନାଲ ଡେଭଲପ୍ମେଂଟ ଟ୍ରଷ୍ଟ ଅଧକ୍ଷ ରମେଶ ଚନ୍ଦ୍ର ସାହୁ,ଉପାଧ୍ୟକ୍ଷ ନିବାସ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ଗ୍ରାମାଞ୍ଚଳ ମହିଳାମାନେ କିପରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଭାବଲମ୍ବୀ ହୋଇପାରିବେ ଠା ଉପରେ ଆଲୋଚନା ହୋଇଥିଲା।ପ୍ରଧନମନ୍ତ୍ରୀ ରୋଜଗାର ସ୍ୱଜନ କାର୍ଯ୍ୟକ୍ରମରେ କରାଯାଇଥିବା ଏହି କର୍ମଶାଳାରେ ଗର୍ମର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଟି ଯୋଗଦେଇଥିଲେ।ୱାର୍ଡ ସଭ୍ୟରଘୁନାଥ ପାଇକରାୟ ଧନ୍ୟବାଦ ଦେଇଥିଲେ।
(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

