ଆଜିର ଅନୁଚିନ୍ତା

ତାରିଖ - ୩୧:୧୨:୨୦୨୧(ଶୁକ୍ରବାର)

0 225

🦋ନିଜ ବାପା ଓ ମାଆଙ୍କୁ କେବେହେଲେ ଭାଗ କରିବେ ନାହିଁ, କାରଣ ସେମାନେ ଆମର ସମ୍ପତ୍ତି ନୁହଁନ୍ତି ସେମାନେ ତ ଆମମାନଙ୍କୁ ଗଢିଥିବା ଦେବତା ।
🦋ଯାହାର ଇଜ୍ଜତ ଥାଏ, ସେ ସବୁବେଳେ ହାତେ ମାପି ଚାଖଣ୍ଡେ ଚାଲୁଥାଏ।କାରଣ ଇଜ୍ଜତ ବହୁ କଷ୍ଟରେ କମେଇବାକୁ ପଡିଥାଏ, କଳାଧନ ଦେଇ କିଣିହୁଏନି,କି କାହା ଆଗରେ ହାତ ପତେଇ ମାଗି ଆଣି ହୁଏନି। ଆପଣଙ୍କ କର୍ମ ହିଁ ଆପଣଙ୍କୁ ଇଜ୍ଜତ ଦେଇଥାଏ।
🦋ଅନ୍ୟର ତ୍ରୁଟି ଦେଖି ତତ୍ସଲ୍ୟ କରୁଥିବା ବ୍ୟକ୍ତି ମନେ ରଖିବା ଉଚିତ୍ ଯେ ଆସନ୍ତାକାଲି ତା’ ନିଜର ବି କିଛି ଭୁଲ୍ ହୋଇପାରେ l
🦋ସମସ୍ତ ଭାବନା ଯଦି ଶବ୍ଦ/ଭାଷାରେ ସଜେଇ ହୋଇପାରନ୍ତା ତେବେ କିଛି କଥା କାଳ କାଳକୁ ରହିଯାଆନ୍ତା ଓ କିଛି ଅନ୍ତ ସୁନ୍ଦର ତଥା କିଛି ପ୍ରତିଶ୍ରୁତି ର ଅନ୍ତିମ ପର୍ଯ୍ୟାୟ ବେଶ୍ ହୃଦୟସ୍ପର୍ଶୀ ହୁଅନ୍ତା।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ 🔘ଜୟ ଜଗନ୍ନାଥ🔘ଜୟ ମା ସନ୍ତୋଷୀ

Leave A Reply

Your email address will not be published.