ଭୁବନେଶ୍ୱର,୮/୬(ଏସଏସନିୟୁଜ) ଆଗକୁ ବିଜେଡି ସଙ୍ଗଠନରେ ବ୍ୟାପକ ଅଦବଦଳ ହେବାକୁ ଯାଉଥିବାର ଜଣାପଡିଛି । ଏନେଇ ଏବେଠାରୁ କସରତ ଆରମ୍ଭ ହୋଇଯାଇଥିବା କୁହଯାଉଛି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ମନ୍ତ୍ରୀରୁ କାଢି ସଙ୍ଗଠନ ଦାୟିତ୍ୱ ଦେବା କେବଳ ଲୋକ ଦେଖାଣିଆ ।ସଙ୍ଗଠନ ଅଦଳବଦଳ ପରେ ନିଗମଗୁଡିକରେ ଅନେକ ନେତାଙ୍କୁ ସୁଯୋଗ ମିଳିପାରେ । କାରଣ ଯେଉଁମାନେ ନିଗମ ଦାୟିତ୍ୱରେ ଥିଲେ ସେମାନଙ୍କୁ ବି କାଢ଼ି ଦିଆୟାଇଛି । ଏସବୁ ୨୦୨୪ ପାଇଁ ଷ୍ଟ୍ରେଟେଜି ବୋଲି କୁହଯାଉଛି ।
