ଆଜିର ରାଶିଫଳ

0 306

ସ୍ବାଧୀନତା ଦିବସ ଓ ଶ୍ରୀ ଅରବିନ୍ଦଙ୍କ ଜୟନ୍ତú,୨୦୨୨ ମସିହା ଅଗଷ୍ଟ ମାସ ୧୫ ତାରିଖ (ସୋମବାର)ଭାଦ୍ରବମାସ -କୃଷ୍ଣପକ୍ଷ ,ତିଥି-ଚର୍ତୁଥୀ ରା ଘ୯/୨ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫/୨୯/୪୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୧୭ ,ମିଥୁନ ରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ , ମୂଳା ଭକ୍ଷଣ ନିଷେଧ । 
ମେଷ-ଆଜି ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲାମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟସାରିବାରେ ସହଯୋଗ ଦେବେ । ସମ୍ଭାଳିକି ବନ୍ଧୁମାନଙ୍କ ସହିତ କଥା ହୁଅନ୍ତୁ,କାରଣ ଆଜି ଦିନରେ ବନ୍ଧୁତା ହଜେଇ ବସିବାର ସମ୍ଭାବନା ଅଛି । ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ । ଆପଣଙ୍କୁ ନିଜର ଜୀବନ-ସାଥୀଙ୍କର ଶକ୍ତ ଓ କଡ଼ା ରୂପ ଦେଖିବାକୁ ମିଳିବ, ଯାହା କାରଣରୁ ଆପଣ ଅସହଜତା ଅନୁଭବ କରିବେ।
ବୃଷ-ବନ୍ଧୁବାନ୍ଧବମାନଙ୍କ ଠୁ ସହଯୋଗ ମିଳିବ ଓ ମନର ବୋଝ ହାଲୁକା ହେବ । ଆପଣ ଓ ଆପଣଙ୍କର ପ୍ରିୟଜନ ଅଧିକ ସମୟ ଏକାଠି କାଟିଲେ ବୁଝିବା ଶକ୍ତି ବଢିବ । ଆଜି ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ଆପଣଙ୍କ ସହିତ ସମୟ କାଟିପାରେ ।ଜୀବନ-ସାଥୀ ସହିତ ଆଜିଦିନ ଅନ୍ୟ ଦିନ ଅପେକ୍ଷା ଭଲ ରହିବ । ଆଜି ଆପଣଙ୍କୁ ଆପଣଙ୍କ ପ୍ରେମୀ ଦୁରେଇ ଗଲାପରି ଲାଗିପାରେ ।
ମିଥୁନ-ନିଜର ନକରାତ୍ମକ ଚିନ୍ତାଧାରା ଯୋଗୁଁ ଆପଣ ପ୍ରଗତି କରି ପାରୁନାହାନ୍ତି । ଏହି କଥାକୁ ବୁଝିବା ପାଇଁ ଏହା ଉତ୍ତମ ସମୟ କି ଆପଣଙ୍କର ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଭାବନା ଶକ୍ତିର ଅନ୍ତ କରିଦେଇଛି । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳିଥିବା ଉପହାର ଆପଣଙ୍କୁ ଖୁସି ଦେଇପାରେ । ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଯିତିନବ ।
କର୍କଟ-ପାଠପଢା ଜାଗାରେ ଘରୁ ଅତି ଡ଼େରି ଯାଏଁ ବାହାରେ ରହିବ କାରଣରୁ ଆପଣଙ୍କ ମାତା-ପିତା ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି । କ୍ୟାରିୟର ପାଇଁ ଯୋଜନା ବନେଇବା ସେତିକି ହି ଆବଶ୍ୟକ , ଯେତିକି ଖେଳ-ଖୁଦ ।ସେଥିପାଇଁ ମାତା-ପିତାଙ୍କୁ ଖୁସି ରଖି ପାଇଁ ଦୁଇଟାରେ ହିଁ ସନ୍ତୁଳନ ରଖିବା ଆବଶ୍ୟକ । ଆପଣଙ୍କର ପ୍ରେମିକ,ପ୍ରେମିକା ଆଜି ଆପଣଙ୍କ ଉପରେ ତାଙ୍କର ପାରିବାରିକ ସମସ୍ୟାର କ୍ରୋଧ ସୁଝାଇ ପାରନ୍ତି । ତେଣୁ ତାଙ୍କ ସହିତ ବସି ତାଙ୍କୁ ସ୍ଥିର ଓ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ।
ସିଂହ-ଆପଣ କୌଣସି ଦାନ-ଧର୍ମ କାର‌୍ୟ୍ୟରେ ସହଭାଗିତା ନେଇ କରିପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ । ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ସକ୍ଷମ । କେବେ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ । ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳିଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ । ଆପଣଙ୍କ ପ୍ରେମୀଙ୍କର ଅନାବଶ୍ୟକ ଅନୁରୋଧକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
କନ୍ୟା-ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି । ଏହିଁ କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇପାରିବେ ।ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବେ। ଆପଣଙ୍କ ଦେଶ ବିଷୟରେ କିଛି ନୂଆ ତଥ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ।
ତୁଳା-ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ । ଆହୁରିମଧ୍ୟ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ ।
ବିଛା-ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟ କୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହିତ କାମଗୁଡିକ କରିବେ । ଆପଣଙ୍କ ସ୍ଵାଭାବିକତାକୁ ଅନୁସରଣ କରନ୍ତୁ ଓ କାର‌୍ୟ୍ୟର ଚାପ ଅଧିକ ଥିବା ବେଳେ ଭଲ ଗୀତ ଶୁଣି ମନକୁ ଆରାମ ଦିଅନ୍ତୁ ।
ଧନୁ-ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ସେ ଯାହା ବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ ।
ମକର-ଆପଣ ଅନ୍ୟମାନଙ୍କଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।
କୁମ୍ଭ-ଦିନଟି ଅତ୍ୟନ୍ତ ଶୁଭଫଳଦାୟକ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରିରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ
ମୀନ-ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତିଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି ।
ନିତୀବାଣୀ-ପାଦକୁ ନିଶୁଣୀ? ବିଷୟଟି ଅସ୍ବାଭାବିକ ମନେ ହୁଏ, ତେବେ ଆଧ୍ୟାତ୍ମିକ କ୍ଷେତ୍ରରେ ଏହା ସତ୍ୟ।ସେହି ପାଦ ଏତେ ଉଚ୍ଚ ଯେ, ବିନା ନିଶୁଣିରେ ତାକୁ ଛୁଇଁ ହୁଏ ନାହିଁ।ତାହା ହେଉଛି ” ପଦ୍ମପାଦ ” ଯେଉଁ ପାଦକୁ ପାଇବାକୁ ଯୁଗ ଯୁଗ ଧରି ଦେବତା, ଯକ୍ଷ, ଗନ୍ଧର୍ବ, ମୁନି ଋଷି, ସାଧୁ ସନ୍ଥ ଜୀବନ ହରାଇଛନ୍ତି କିନ୍ତୁ,ସେ ନିଶୁଣିକୁ ଚଢ଼ି ପାଦରେ ପହଂଚି ପାରିନାହାନ୍ତି? ଆମେ ସଧାରଣ ମଣିଷ ହୋଇ ଚେଷ୍ଟା କଲେ କ୍ଷତି ନାହିଁ !ସ୍ଵର୍ଗକୁ ନିସୁଣୀ ଦରକାର ନାହିଁ।
ବାସ୍ତୁଟିପ୍ପଣୀଝାଡୁ ସହ ବାସ୍ତୁଶାସ୍ତ୍ରର ସମ୍ପର୍କ?
ଘରସଫା କରିବା ନିମନ୍ତେ ଝାଡ଼ୁ ଆବଶ୍ୟକ ହୋଇଥାଏ। ଏହା ବିନା ଘରଦ୍ୱାର ସଫା ସୁତୁରା କରିବା ଯେପରି ଅସମ୍ଭବ। ମାତ୍ର ଏହି ଝାଡ଼ୁ ଘରେ ରଖିବା ଓ ବ୍ୟବହାରରେ କିଛି ନିୟମ ରହିଛି। ଯାହାକୁ ମାନିଲେ ଆପଣଙ୍କ ମଙ୍ଗଳହେବା ସହ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।
ଝାଡ଼ୁକୁ ମାଲକ୍ଷ୍ମୀଙ୍କ ରୂପ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଏହାକୁ ସାମ୍‌ନାରେ ନ ରଖି ଲୁଚାଇ ରଖିବା ଉଚିତ।
ଝାଡ଼ୁକୁ ପଶ୍ଚିମ ଦିଗରେ ଏକ କୋଣରେ ରଖିବା ଉଚିତ। ଏହା ଦ୍ୱାରା ଧନ ହାନି ହୋଇ ନ ଥାଏ।
ରୋଷେଇଘରେ ଝାଡ଼ୁ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରର ସଦସ୍ୟମାନଙ୍କର ହେହ ଖରାପ ହୋଇଥାଏ।
ରାତିରେ ଝାଡ଼ୁକୁ ଘରର ଅଗଣାରେ ରଖିବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ। ମାତ୍ର ଏହାକୁ ଘର ଅଗଣାରେ କେବଳ ରାତିରେ ହିଁ ରଖାଯାଏ।
ଶନିବାରଦିନ ଝାଡ଼ୁକୁ ଘରକୁ କିଣି ଆଣନ୍ତୁ ନାହିଁ। ଏହା ଦ୍ୱାରା ଘରେ ଅଶାନ୍ତି ବଢିଥାଏ।ସୂର୍ଯ୍ୟଅସ୍ତ ପରେ ଝାଡ଼ୁ କରନ୍ତୁ ନାହିଁ। ଏହାଦ୍ୱାରା ଘରେ ଧନ ହାନି ହୋଇଥାଏ।
ଝାଡ଼ୁକରିବା ବେଳେ ଏହାକୁ ଗୋଡ଼ରେ ମାରନ୍ତୁ ନାହିଁ, ଏପରିକଲେ ମା’ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ।
କୌଣସି ପିଲାଙ୍କୁ କିମ୍ବା ପଶୁଙ୍କୁ ଝାଡ଼ୁରେ ମାରନ୍ତୁ ନାହିଁ, ଏହାଦ୍ୱାରା ଘରେ ଅଶାନ୍ତି ଲାଗି ରହେ ।
ଘରର କୌଣସି ବ୍ୟକ୍ତି ବାହାରକୁ ଗଲେ ସଙ୍ଗେ ସଙ୍ଗେ ଝାଡ଼ୁ କରନ୍ତୁ ନାହିଁ, ଏପରି କଲେ କାର୍ୟ୍ୟରେ ସଫଳତା ମିଳେନାହିଁ।
ଝାଡ଼ୁକୁ ଠିଆ କରି ରଖନ୍ତୁ ନାହିଁ, ଏହା ଦ୍ୱାରା ଶତ୍ରୁତା ବଢିଥାଏ।
ପରୁଣାଘରୁ ନୂଆଘରକୁ ଗଲେ ପୁରୁଣାଝାଡ଼ୁ ସାଙ୍ଗରେ ନିଅନ୍ତୁ ନାହିଁ, ଏପରି କଲେ ଅଶୁଭ ହୋଇଥାଏ।
ଏହିସବୁ ନିୟମ ମାନିବା ଦ୍ୱାରା ଶୁଭ ଫଳ ମିଳିଥାଏ ବୋଲି ଆପଣ ନିଜେ ଅନୁଭବ କରି ପାରିବେ।
ଯଦି କୌଣସି ଝାଡୁକୁ ଧୋଇବାକୁ ଚାହୁଁଛନ୍ତି ତେବେ କେବଳ ପାଣି ଦ୍ୱାରା ହିଁ ଧୁଅନ୍ତୁ। ଅନ୍ୟ କୌଣସିଦ୍ରବ୍ୟ ବ୍ୟବହାର କରି ଝାଡୁ ଧୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସଦସ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜିର ଦିନଟି ମଙ୍ଗଳ ମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.