ବିଜେଡ଼ିରେ ଯୋଗଦେଲେ ପ୍ରତାପ ଚନ୍ଦ୍ର ରାଉତ

0 274

ଭୁବନେଶ୍ୱର,୧୭।୪(ଏସଏସନିଉଜ)ଶନିବାର ଦିନ କଂଗ୍ରେସନେତା ପ୍ରତାପଚନ୍ଦ୍ରରାଉତଙ୍କ ସହ ୨ ହଜାରରୁ ଊର୍ଦ୍ଧ୍ୱ କଂଗ୍ରେସକର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତରବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭାସାଂସଦ ଡକ୍ଟର ସସ୍ମିତପାତ୍ର ଓ ବରିଷ୍ଠ ମୁରବି ଅନ୍ତର୍ଯ୍ୟାମୀ କୁଅଁରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଦଳରେ ସାମିଲ୍ ହେବାପରେ ପ୍ରତାପଚନ୍ଦ୍ରରାଉତଙ୍କୁ ବିଧାୟକ ସୁଶାନ୍ତ ରାଉତ ଉପଢୌକନଦେଇ ଦଳକୁ ସ୍ୱାଗତ କରିଥିଲେ।ପ୍ରତାପଚନ୍ଦ୍ରରାଉତ ଓ ତାଙ୍କ ସମର୍ଥକଙ୍କ ଯୋଗଦାନ ପରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟସଂଗଠନ ଆହୁରି ମଜଭୂତ ହେବ ଡକ୍ଟର ସସ୍ମିତପାତ୍ର କହିଥିଲେ ।ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ,ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତିଆଦର୍ଶ ଓ ବିଧାୟକ ସୁଶାନ୍ତକୁମାରରାଉତଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧଭାବେ ବିଜେଡିରେ ଯୋଗଦେଲି ବୋଲି ପ୍ରତାପଚନ୍ଦ୍ରରାଉତ କହିଥିଲେ।ଦଳ ଯେଉଁ ଦାୟିତ୍ୱଦେବ ତାକୁ ସୂଚାରୁରୂପେ ତୁଲାଇବି ବୋଲି କହିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଫାଇଫ-ଟି-ଅଧକ୍ଷ ଭିକେ ପଣ୍ଡିଆନ, ସାଂଗଠନିକସମ୍ପାଦକ ପ୍ରଣବ ପ୍ରକାଶଦାସ ଏବଂ ସମସ୍ତ ନେତୃବୃନ୍ଦ ଓ ସହଯୋଗୀଙ୍କୁ କୃତଜ୍ଞତାଜ୍ଞାପନ କରିଥିଲେ ।ଏହି ମିଶ୍ରଣପର୍ବରେ ୫ପଂଚାୟତର ସରପଞ୍ଚ,ସମିତିସଭ୍ୟ ,କର୍ପୋରେଟର,ମୁରବି,ଯୁବକ ଓ ମହିଳାମାନେ ଉପସ୍ଥିତ ଥିଲେ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

Leave A Reply

Your email address will not be published.