ଆଜିର ରାଶିଫଳ

0 115

ଅପ୍ରେଲମାସ ୩୦ତାରିଖ ୨୦୨୪ ମସିହା(ମଙ୍ଗଳବାର)ବୈଶାଖମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ଦିବା ଘ୦୭/୧୧ ଗତେ ସପ୍ତମି, ନକ୍ଷତ୍ର- ପୁର୍ବା ଷାଢ଼ା ପ୍ରାତଃ ଘ୦୫/୨୪ଗତେ ଉତ୍ତରାଷାଢ଼ାସୁର‌୍ୟୋଦୟ-ପ୍ରାତଃ ଘ୦୫/୨୩/୫୪ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୪୭ ,ଯୋଗିନୀ ପଶ୍ଚିମେ ଦିବା ଘ୦୭/୧୧ ଗତେ ବାୟବ୍ୟେ ,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ସିଂହ ରାଶିର ଘାତଚନ୍ଦ୍ର ,ମକର ରାଶି ର ଘାତବାର ,ଅଦ୍ୟ ମୃତେ ଏକ ପାଦ ଓ ପ୍ରାତଃ ଘ୦୫/୨୪ଗତେ ଦ୍ଵିପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦୩/୦୨ ମଧ୍ୟେ ,ବାରବେଳା – ଦିବା ଘ୦୬/୫୧ ଗତେ ଘ୦୮/୨୬ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୨୬ ଗତେ ଘ୧୦/୧୦ ମଧ୍ୟେ ଓ ଘ୧୨/୩୩ ଗତେ ଘ୦୧/୨୪ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ,ଅଦ୍ୟ ତାଳ ଭକ୍ଷଣ ନିଷେଧ
ମେଷ-ଏହି ରାଶିର ଲୋକମାନଙ୍କପାଇଁ ଆଜିିର ଦିନଟି ଶାରୀରିକଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।
ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକସ୍ତରରେ ଖୁସିରେ କାଟିବେ ।
ମିଥୁନ-ଏହି ରାଶିର ଲୋକମାନେପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକଶାନ୍ତି ମିଳିବ । କର୍ମକ୍ଷେତ୍ରରେ ନୂତନସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
କର୍କଟ–ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
ସିଂହ– ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର‌୍ୟ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହେବେ ।
କନ୍ୟା– ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
ତୁଳା–ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀମାନେ ଶୁଭଫଳ ଅନୁଭବ କରିବେ ।
ବିଛା–ଆଜି ଆଜିରଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେସଙ୍ଗେ ଆର୍ଥିକ ବୃଦ୍ଧିହେବ ।ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତମାନେ ଶୁଭଫଳ ଅଧିକ ପାଇବେ ।ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।
ଧନୁ– ଏହି ରାଶିର ଲୋକମାନଙ୍କପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ ।କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
ମକର– ଏହିରାଶିର ଲୋକମାନଙ୍କପାଇଁ ଆଜିିର ଦିନଟି ଶାରୀରିକଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ ।ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ଅଯଥା ବ୍ୟୟ ଯୋଗ ରହିଛି।
କୁମ୍ଭ–ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ ।ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକତୃପ୍ତି ବଢିବ ।ସନ୍ତାନମାନଙ୍କ ଶିକ୍ଷାପାଇଁ ଖର୍ଚ୍ଚବୃଦ୍ଧି ପରିଲକ୍ଷିତ ହୋଇପାରେ ।ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।
ମୀନ–ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହକାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.