ନନ୍ଦନକାନନରେ ବୁଲିଲା ଖଣ୍ଡା

0 195

ବାରଙ୍ଗ,୨୯ା୪(ଏସଏସନିଉଜ)ସୋମବାରଦିନ ଅପରାହ୍ନରେ ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ  କାର୍ଯ୍ୟାଳୟରେ ଜଣେ ଯୁବକ ଉପ୍ତାତ କରି କମ୍ପୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବାସହ ୨ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିବାର ସୁଚନା ମିଳିଛି ।ସ୍ଥାନୀୟଗ୍ରାମର ଏହି ଯୁବକଜଣଙ୍କ ମାରାଣାସ୍ତ ହାତରେ ଧରି ଦୀର୍ଘ ଅଧଘଂଟାକାଳ କାର୍ଯ୍ୟାଳୟରେ ଉପ୍ତାତ କରିଛି ।ଯୁବକ ଜଣଙ୍କ କାହିଁକି ଏପରିକରିଛନ୍ତି ତାହା ସ୍ପଷ୍ଟ ହୋଇନଥିବାବେଳେ ଯୁବକ ଜଣଙ୍କର ଉପ୍ତାତ ଯୋଗୁ ଅଧଘଂଟାପାଇଁ କାର୍ଯ୍ୟାଳୟରେ କୋକୁଆଭୟ ସୃଷ୍ଟିହୋଇଯାଇଥିଲା ।ଯୁବକ ଜଣଙ୍କ ଅପରାହ୍ନା ୪ଟାସୁଦ୍ଦା ହଠାତ ଖଣ୍ଡାଧରି ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଭିତରକୁ ପଶିଆସିଥିଲା ।କେହିକିଛି ଜାଣିବାପୁର୍ବରୁ ଅଶ୍ଳିଳଭାଷାରେ ଗାଳିଗୁଲଜ ସହ ଅଧିକାରୀମାନଙ୍କର କଳାକାରନାମାର ପେଡିଖୋଲିବା ସହ ଉପ୍ତାତ ଆରମ୍ଭ କରିଥିଲା ।ଏହିଘଟଣାପରେ ଭୟରେ ନିଜନିଜ କାର୍ଯ୍ୟାଳୟରୁ ଅଧିକାରୀ ମାନଙ୍କଠାରୁ ଆରମ୍ଭ କରି କାର୍ଯ୍ୟାଳୟରେ ଥିବା ତଳ କର୍ମଚାରୀମାନଙ୍କ ପର‌୍ୟ୍ୟନ୍ତ କେହି ଆଉ ବାହାରିନ ଥିବାର ଜଣାପଡିଥିଲା ।ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିବାବେଳକୁ ଉପ୍ତାତ କାରୀ ଯୁବକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ।

ଯୁବକଜଣଙ୍କ ଉପ୍ତାତ ସମୟର ସିସିକ୍ୟାମେରାରେ କଏଦ ହୋଇଥିବା ଫୁଟେଜକୁ ସଂଗ୍ରହକରି ପୋଲିସ ଫେରିବାସହ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।ଉପ୍ତାତକାରୀ ଯୁବକ ଜଣଙ୍କ ସହ କିଛି ରେଞର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କର ଭଲଭାବରେ ମିଳାମିଶା ଥିବାର ଆଲୋଚନା ହେଉଛି ।ଅନ୍ୟପଟେ ବିଶ୍ୱ ସ୍ତରୀୟ ଚିଡିଆଖାନାପାଇଁ କିଛି ଅଧିକାରୀମାନେ ତାଙ୍କୁ ସୁହାଇଲାଭଳି ଓ ଅଂଚଳର ଆଗଧାଡିରେଥିବା କିଛିଲୋକଙ୍କୁ ସନ୍ତୁଷ୍ଟ କଲାଭଳି କର୍ମଚାରୀ ମନଇଛା ରଖୁଥିବାର ଦେଖିବାକୁ ମିଳିଛି ।ଗଣ୍ଡୋଗୋଳର ଏହି କାରଣ ଥାଇପାରେ ବୋଲି ଚର୍ଚ୍ଚା ମଧ୍ୟ ଯୋର ଧରିଛି ।ଅନ୍ୟପଟେ ଏତେବଡ ଘଟଣା ପରେ ନନ୍ଦନକାନନ ଅଧିକାରୀମାନେ ମୁହଁ ଖୋଲୁ ନଥିବାର ଜଣାପଡିଛି ।

Leave A Reply

Your email address will not be published.