ଭୁବନେଶ୍ବର,୨୮।୭(ଏସଏସନିଉଜ)ACF ସୌମ୍ୟଙ୍କ ମୃତ୍ୟୁ ଘଟଣାର ୫ବର୍ଷ ପରେ ତତ୍କାଳୀନ DFO ଜେଲ୍ ଯିବା ଘଟଣାରେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶକଲେ ମୃତ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ବାପା।ନ୍ୟାୟିକ ପ୍ରକିୟା ଉପରେ ଭରସା ରହିଛି, ପ୍ରଭୁଜଗନ୍ନାଥ ଶୁଣିବେ ଆଶା।ବୋହୂ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗିରଫ କରାଯାଉ ବୋଲି ଦାବି କଲେ।ପୂର୍ବତନ ଜଙ୍ଗଲ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।ଚନ୍ଦନକାଠ ଚୋରା ଚାଲାଣ ରୋକିବାରୁ ମୋ ପୁଅକୁ ହତ୍ୟା କରାଗଲା ବୋଲି ଅଭିଯୋଗ ଆଣିଛନ୍ତି।
