ଆଜିର ରାଶିଫଳ

0 114

ଅପ୍ରେଲମାସ ୨୭ତାରିଖ ୨୦୨୪ମସିହା(ଶନିବାର)
ବୈଶାଖମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ୦୮/୧୧ ଗତେ ଚତୁର୍ଥୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୪୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୪୭,
ଯୋଗିନୀ ଅଗ୍ନିକୋଣେ ଦିବା ଘ୦୮/୧୧ ଗତେ ନୈରୁତେ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ,
କାଳବେଳା -ଦିବା ଘ୦୬/୫୬ ମଧ୍ୟେ ଓ ଘ୦୪/ ୩୨ଗତେ ଘ୦୬/୦୫ ମଧ୍ୟେ,ବାରବେଳା – ଦିବା ଘ୦୧/୨୩ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୨୨ ଗତେ ଘ୧୨/୩୪ ମଧ୍ୟେ ଓ ରାତ୍ରି ଘ୦୮/୩୦ ଗତେ ଘ୧୦/୫୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ମୂଳାଭକ୍ଷଣ ନିଷେଧ।
ମେଷ:-ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ।କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ।ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ।ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:-ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ।ପ୍ରତ୍ୟେକକାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣ କିଛି ଖାସ୍‌ କରିବାଲାଗି ଦିନଟି ଭଲ ରହିବ।ଅଚାନକ ଧନଲାଭ ହେବ।ସରକାରୀ ଚାକିରିଆଙ୍କୁ ଖୁସିଖବର ମିଳିବ।ପାରିବାରିକ ସମ୍ବନ୍ଧ ମଜଭୁତ ହେବ।ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ।ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟଲାଭ ପାଇବେ। ଅଫିସରେ କୌଣସି ଖୁସିଖବର ମିଳିବ।
କନ୍ୟା:-ଆଜି ଆପଣ କଷ୍ଟ ମନେ ହେଉଥିବାକାର୍ଯ୍ୟ ସହଜରେ କରିପାରିବେ।ବିଭିନ୍ନପ୍ରକାର ଲୋକଙ୍କ ସହିତ ମିଶିବେ।କୌଣସି ବଡ଼ ନେଣଦେଣ କରି ପାରନ୍ତି।ପ୍ରେମଆଳାପରେ ସତେଜତା ଅନୁଭବ କରିବେ।
ତୁଳା:-ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
ଧନୁ:-ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:-ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌ରେ ସମୟ କଟିବ।
ମୀନ:-ଦିନଟି ଆପଣଙ୍କପାଇଁ ଖୁବ୍‌ ଭଲ ରହିବ। କର୍ମ କ୍ଷେତ୍ରରେ ବୀରଙ୍କ ଭଳି ରହିବେ।ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ।ଯିବାକୁଥିବା ଯାତ୍ରା କଲ୍ୟାଣକାରୀ ହେବ।ବ୍ୟବସାୟରୁ ପ୍ରଚୁରଲାଭ ମିଳିବ।
!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.