୫ ଦିନ ପରେ ଉଦ୍ଧାର ହେଲେ ନିଖୋଜ ଛାତ୍ର ଅମ୍ରିତ୍

ଓଡ଼ଗାଁ, ୧୯/୧୨(ଏସଏସନିଉଜ) ଶେଷରେ ନାବାଳକ ଅମ୍ରିତ ନିଜ ଗାଁ କୁରାଳରୁ ଉଦ୍ଧାର ହୋଇଛି । ଆଜି ଭୋର ସମୟରେ ଗାଁରେ ଦେଖି ଜଣେ ବ୍ୟକ୍ତି ତା ପରିବାର ସହ ଥାନାକୁ ଖବରଦେଇଥିଲେ ।ପରେ ପୋଲିସ ଆସି ଅମ୍ରିତକୁ ଉଦ୍ଧାର କରି ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତିକରିଛନ୍ତି ।ଏତେଦିନ ଯାଏ କେଉଁଠି ଥିଲେ ତାହା ଜଣାପଡିନାହିଁ । କୁରାଳଗ୍ରାମର ପୂର୍ଣ୍ଣଚନ୍ଦ୍ରପାତ୍ରଙ୍କ ୧୨ବର୍ଷର ପୁଅ ଅମ୍ରିତ ସପ୍ତମଶ୍ରେଣୀରେ ପାଠପଢୁଥିବାବେଳେ ଗତ ୧୫ତାରିଖ ଗୁରୁବାର ରାତିରେ ଟ୍ୟୁସନ୍କୁ ଯାଇ ଆଉ ଫେରିନଥିଲେ । ଗତ ୫ ଦିନ ହେବ ନିଖୋଜ ଥିଲେ । ଘରଠାରୁ ୫୦ ମିଟର ଦୂରରେ ଥିବା ଏକ ବାଉଁଶ ବୁଦା ଭିତରୁ ତାଙ୍କ ସାଇକେଲ୍ ଉଦ୍ଧାର କରାଯାଇଥିବାରୁ କେହି ଅପହରଣ କରିନେଇଥିବା ସନ୍ଦେହ କରାଯାଇଥିଲା ।

- Advertisement -

Leave A Reply

Your email address will not be published.