ଇଡକୋ ପକ୍ଷରୁ ନିର୍ମାଣାଧୀନ ପ୍ରକଳ୍ପକୁ ବନ୍ଦ କଲେଗ୍ରାମବାସୀ

ବାରଙ୍ଗ,୧୯/୧୨(ଏସଏସନିଉଜ)ବାରଙ୍ଗତହସିଲ ଅନ୍ତର୍ଗତ ଗୋବିନ୍ଦପୁର ମୁଣ୍ଡଳୀ ରାସ୍ତାକଡ ମୁଣ୍ଡଳୀମୌଜାରେ ୮୩୧ଏକର ପରିମିତ ଜାଗାରେ ସୋମବାରଦିନ ଇଡିକୋ ପକ୍ଷରୁ ଆରମ୍ଭ କରାଯାଉଥିବା ପାଚେରୀ କାମକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି ।ଇଡକୋ ପକ୍ଷରୁ କାମ ଆରମ୍ଭ କରାଯାଉଥିବାର ଖବର ପାଇ ମୁଣ୍ଡଳୀ, ମାର୍ଥାପୁର, ନରାଜ,ତଳଗଡ଼ଗାଁର ଶତାଧିକ ଗ୍ରାମବାସୀମାନେ ଏକତ୍ରିତ ହୋଇ ଆସି ପ୍ରତିବାଦ କରିଥିଲେ।ଗ୍ରାମବାସୀମାନଙ୍କର ଜମିକୁ ଟାଟାକମ୍ପାନୀ ୨୦୦୬ ମସିହାରେ ନେଇଥିବାବେଳେ କୈାଣସି ପ୍ରକଳ୍ପ ନକରି ପଳାଇଯାଇଥିଲା ।ଏବେ ଗ୍ରାମାବାସୀ ମାନେ ଏହି ଜାଗାକୁ ଚାଷବାସ କରିବା କାର୍ଯ୍ୟରେ ବ୍ୟବହାର କରୁଛନ୍ତି ।କିନ୍ତୁ ଏବେ ଇଡକୋ ସେହି ଜାଗାକୁ ଟାଟାକମ୍ପାନୀଠାରୁ ନେଇ ଜାଗା ଚିହ୍ନଟ କରି କାମ ଆରମ୍ଭ କରିବାକୁ ବସିଥିବାବେଳେ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିନାହିଁ ।ତେଣୁ କାମ କରିବାପୁର୍ବରୁ ଇଡକୋ ପକ୍ଷରୁ ଜନଶୁଣାଣୀ କରିବାଦରକାର ବୋଲି ଦାବୀ କରି ଗ୍ରାମବାସୀମାନେ ଇଡକୋ ପକ୍ଷରୁ ମୁଣ୍ଡଳିବାସେଳିଗଡା ପାଖରେ ଆରମ୍ଭ କରାଯାଉଥିବା ପାଚେରୀକାମ ସ୍ଥାନରେ ବସିରହିଥିଲେ ।ଖବରପାଇ ତହସିଲଦାର ଓ ବାରଙ୍ଗଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁ ବୁଝାସୁଜା କରିଥିଲେ ମଧ୍ୟ ଗ୍ରାମବାସୀ ମାନେ ନିଜ ଜିଦରୁ ଓହରିନଥିଲେ ।ଶେଷରେ ପ୍ରଶାସନ ସହ ଆଲୋଚନା ପରେ କାମ ଆରମ୍ଭ ହେବାର ପ୍ରତିଶୃତି ପୋଲିସ ଦେବାପରେ ଗ୍ରାମବାସୀମାନେ ଫେରିଥିଲେ ।

- Advertisement -

Leave A Reply

Your email address will not be published.