ଉଦଘାଟନ ପୂର୍ବରୁ ଦୁଇ ଭାଗ ହେଲା ବ୍ରିଜ

ଭୁବନେଶ୍ୱର,୧୯/୧୨(ଏସଏସନିଉଜ)ଉଦଘାଟନପୁର୍ବରୁ ୧୩କୋଟି ଟଙ୍କାରେ ତିଆରି ହୋଇଥିବା ବ୍ରିଜ୍ ଦୁଇଖଣ୍ଡ ହୋଇଗଲା ।ଏହାହେଉଛି ବିହାରର ବେଗୁସରାଇ ଜିଲ୍ଲା ବୁରହି ଗଣ୍ଡକନଦୀ ଉପରେ ତିଆରି ହୋଇଥିବାବ୍ରିଜ । ୫ବର୍ଷତଳେ ୧୩କୋଟି ଟଙ୍କା ବ୍ୟୟବରାଦରେ ଏହାକୁ ତିଆରି କରାଯାଇ ଥିଲା ।କିନ୍ତୁ ଉଦ୍‌ଘାଟନ ହୋଇନଥିଲା । ୩ ଦିନ ତଳେ ୨୦୬ ମିଟର ଲମ୍ବ ବ୍ରିଜ୍ରେ ଫାଟ ଦେଖାଯିବାରୁ ଅସ୍ଥାୟୀଭାବେ ଏହାର ବ୍ୟବହାର ଉପରେ ରୋକ ଲଗାଇ ଦିଆଯାଇଥିଲା।ଘଟଣା ଘଟିବାବେଳେ ବ୍ରିଜ୍ ଉପରେ କୌଣସି ଲୋକ ନଥିବାରୁ କେହି ମୃତାହତ ହୋଇନାହନ୍ତି ।ତେବେ କାହିଁକି ଏପରି ଘଟଣା ଘଟିଲା ତାହା କାରଣ ଖୋଜାଚାଲିଛି ।

 

- Advertisement -

Leave A Reply

Your email address will not be published.