ବାଲିଗୁଡା,୧୯/୧୨(ଏସଏସନିଉଜ)କନ୍ଧମାଳଜିଲ୍ଲା ବାଲିଗୁଡ଼ାଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇଜଣଙ୍କର ମୃତ୍ୟୁ ଘଟିଛି ।ମୃତକ ଦ୍ୱୟହେଲେ ବଡ଼ଗାଁ ଅଞ୍ଚଳର ରାକେଶ ମଲ୍ଲିକ ଓ ଅଚ୍ୟୁତାନନ୍ଦ ନାୟକ ।ରବିବାର ରାତି ୧୦ଟାରେ ରାକେଶ ଓ ଅଚ୍ୟୁତାନନ୍ଦ ମହାସିଙ୍ଗି ଆଡୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ସୁରୁବାଲି ଗାଁ ନିକଟ ବୁଲାଣି ରାସ୍ତାରେ ଏକ ହାଇୱା ଆସି ଆଗପଟରୁ ଧକ୍କା ଦେଇଥିଲା । ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିବା ବେଳେ ଖବରପାଇ ପୋଲିସ ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବାବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।ଏହାପରେ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକମାନେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କରି ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ କରିଥିଲେ । ଦୀର୍ଘ ତିନି ଘଣ୍ଟା ପରେ ପ୍ରତିଶ୍ରୁତି ମିଳିବାପରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା।
