ବାପାର କୋଦାଳଚୋଟରେ ଚାଲିଗଲାପୁଅର ଜୀବନ

ନବରଙ୍ଗପୁର, ୧୦ା୮(ଏସଏସନିଉଜ) ବାପାର କୋଦାଳ ଚୋଟରେ ଚାଲିଗଲା ପୁଅର ଜୀବନ ।ଗତକାଲି ବିଳମ୍ୱିତ ରାତିରେ ଏହିଭଳି ଘଟଣା ଉମରକୋଟବ୍ଲକର ବଙ୍ଗୀୟଖ।ଣ୍ଡାଗ୍ରାମରେ ଘଟିଛି।ସବୁଦିନଭଳି ଗତକାଲିରାତିରେ ସମୀରରାୟ ପ୍ରଚୁର ମଦପିଇ ଘରକୁ ଆସି ଗଣ୍ଡଗୋଳ କରିଥିଲା। ଏହାପରେ ବାପା ବିପୁଲରାୟଙ୍କ ସହ ପାଟିତୁଣ୍ଡ କରିଥିଲେ ।ଏଥିରେ କ୍ଷୁବ୍ଧହେଇ ବାପା କୋଦାଳରେ ସମୀରର ମୁଣ୍ଡ ଉପରେ ଚୋଟ ପରେ ଚୋଟ ମାରିବାଫଳରେ ଘଟଣାସ୍ଥଳରେ ସମୀରର ମୃତ୍ୟୁ ଘଟିଥିଲା।ଏହାଜାଣିପାରି ବାପା ଘରୁ ପଳାଯାଇଥିଲେ ।ଉମରକୋଟଥାନାପୋଲିସ ଖବରପାଇ ଆସି ବାପାକୁ ଖୋଜାଖୋଜି ଆରମ୍ଭ କରିବାପରେ ବିପୁଳରାୟ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.