ବ୍ରାହ୍ମଣୀରେ ବୁଲୁଛି କୁମ୍ଭୀର

ତାଳଚେର, ୨୧ା୮(ଏସଏସନିଉଜ) ଗୁରୁଜାଙ୍ଗ ଗ୍ରାମପଞ୍ଚାୟତର ସିରିଗିଡାଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଥିବାରୁ ଭୟର ବାତାବରଣ ଦେଖାଦେଇଛି ।ବ୍ରାହ୍ମଣୀନଦୀକୁ ଦୁଇଜଣ ଯୁବକମାଛ ମାରିବାକୁ ଯାଇଥିବାବେଳେ କୁମ୍ଭୀରକୁ ଦେଖିଥିଲେ ।ଏହାପରେ ବ୍ରାହ୍ମଣୀନଦୀରେ କୁମ୍ଭୀର ଥିବାର ପ୍ରଚାର ହେବାପରେ ସ୍ଥାନୀୟ ଲୋକ ତଥା ନଦୀକୁଳିଆ ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଛି ।ଅନ୍ୟପଟେ ଖବରପାଇ ବନବିଭାଗ ଡାକବାଜୀ ଜନ୍ତ୍ରସାହାର୍ଯ୍ୟରେ ନଦୀକୁ ନଯିବାପାଇଁ ପରାମର୍ଶ ଓ ସର୍ତକ କରାଇଛି ।ଏହାସହ କୁମ୍ଭୀର ଗତିପଥ ଉପରେ ତୀକ୍ଷ୍ମ ନଜର ରଖିଛି ବନ ବିଭାଗ ।

- Advertisement -

Leave A Reply

Your email address will not be published.