ପାର୍ଶଲସାମଗ୍ରୀ ଚୋରିକରି ଧରାହେଲେ ୫

ବାରଙ୍ଗ,୨୨।୮(ଏସଏସନିଉଜ)ଏକ ପାର୍ଶଲ କମ୍ପାନୀରୁ ଚାକିରୀ କରି କୌଶଳକ୍ରମେ ଏକବର୍ଷ ମଧ୍ୟରେ ଲକ୍ଷାଧିକ ଟଙ୍କାର ପାର୍ଶଲ ସାମଗ୍ରୀ ଚୋରିକରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ୫ଜଣଙ୍କୁ ଗିରଫକରି ମଙ୍ଗଳବାର ଦିନ କୋର୍ଟଚାଲଣ କରିଛି।ସେମାନେ ହେଲେ କଟକସଦର ସାବଳ ପୁରର ଦୀପକକୁମାର ପରିଡା, କଣାସର ପବିତ୍ର ମୋହନ ଦାସ, ନଖରା ସାଇଁସୋର ସରୋଜ ନନ୍ଦ ଦାସ,ସାନପାଟଣା ବ୍ରହ୍ମଗିରି ର ରାଜାନାୟକ, ଗୋପର ପ୍ରକାଶଚନ୍ଦ୍ରନାୟକ ।ସେମାନଙ୍କ ଠାରୁ ୧୪ଟିଦାମୀକିଆ ମୋବାଇ ଲ ଫୋନ,୨ଟି ଲାପଟପ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।ଏହି ୫ଜଣ କଣ୍ଟାବାଡ଼ ଗାଁ ପାଖରେ ଥିବା ଏକ ପାର୍ଶଲ କମ୍ପାନୀରେ କାମ କରୁଥିଲେ।କମ୍ପାନୀରେ କାମ କରିବା ସୁଯୋଗରେ ଏକବର୍ଷ ମଧ୍ୟରେ ଲକ୍ଷାଧିକଟଙ୍କାର ପାର୍ଶଲ ସାମଗ୍ରୀ କୌଶଳକ୍ରମେ ଚୋରି କରିନେଇଥିଲେ।ଏହି ପାଞ୍ଚ ଜଣଙ୍କ ଉପରେ ସନ୍ଦେହ ଆସିବାରୁ କମ୍ପାନୀ ପକ୍ଷରୁ ସୋମବାର ଦିନ ଚନ୍ଦକା ଥାନାରେ ସେମାନଙ୍କ ନାମରେ ଅଭିଯୋଗ କରାଯାଇଥିଲା।ପୋଲିସ ୨୭୨/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।ଏହି ୫ଜଣଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିବାପରେ ସେମାନେ ସବୁ ସତ ମାନି ଯାଇଥିଲେ।ପୋଲିସ ସେମାନଙ୍କଠାରୁ ମୋବାଇଲ ଫୋନ, ଲାପଟପ ଓ ଅନ୍ୟାନ୍ୟ ପାର୍ଶଲସାମଗ୍ରୀ ଜବତ କରି ମଙ୍ଗଳବାରଦିନ କୋର୍ଟଚାଳଣ କରିଛି

 

- Advertisement -

Leave A Reply

Your email address will not be published.