ମୋମାଟି ମୋଦେଶକାର୍ଯ୍ୟକ୍ରମ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ପଞ୍ଚାୟତରେ ମୋ ମାଟି ମୋ ଦେଶକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ସମସ୍ତଙ୍କ ଘର ଅଗଣା ଓ ତୁଳସି ଚଉଁରାରୁ ମାଟି ଅଣାଯାଇଥିଲା । ଏହି ମାଟି ସହିଦମାନଙ୍କୁ ମନ ପକାଇବାପାଇଁ ଦିଲ୍ଲୀ ଅମ୍ଭୁତ ବାଟିକାକୁ ପଠାଯିବ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିଉପ-ସଭାପତି ଗୋଲୋକ ମହାପାତ୍ର. ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର. ଅନିତା ଶୁଭଦର୍ଶନୀ. ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା. ସମ୍ପାଦକ ଯଜ୍ଞ ନାରାୟଣ ଦାଶ.ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା.ସୁକାନ୍ତ କୁମାର ଦାସ. ପୂର୍ବତନ ଜିଲ୍ଲା ସଭାପତି ପୃଥିବୀ ମହାପାତ୍ର. ଶେଷଦେବ ପଣ୍ଡା ଏବଂ ସମସ୍ତ ମଣ୍ଡଳ ସଭାପତି ଓ ବିଜେପିକାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.