ଆଜିରରାଶିଫଳ

କେଉଁ କାରଣରୁ ଲଫାପାରେ ୧୦୧,୫୦୧,୧୦୦୧ ଟଙ୍କା ଦିଆଯାଏ

ଜୁଲାଇମାସ ୦୩ତାରିଖ୨୦୨୪ ମସିହା(ବୁଧବାର)
ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ ୦୭/୨୯ ଗତେ ତ୍ରୟୋଦଶୀ,ନକ୍ଷତ୍ର- କୃତ୍ତିକା ପ୍ରାତଃ ଘ ୦୫/୩୩ ଗତେ ରୋହିଣୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୯,
ଯୋଗିନୀ ନୈରୁତେ ଦିବା ଘ୦୭/୨୯ ଗତେ ଦକ୍ଷିଣେ,
ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୩୪ ଗତେ ଘ୧୦/୧୪ ମଧ୍ୟେ,ବାରବେଳା – ଦିବା ଘ୧୧/୫୨ ଗତେ ଘ୦୧/୩୨ ମଧ୍ୟେ,ମୃତେ ଦ୍ଵିପାଦଦୋଷ ଓ ପ୍ରାତଃ ଘ ୦୫/୧୮ ଗତେ ଗତେ ଦିବା ଗ ୦୭/୨୯ ମଧ୍ୟେ ଏକପାଦ ପୁସ୍କର ଦୋଷ,
ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୦ ଗତେ ଘ୦୮/୩୩ ମଧ୍ୟେ ଓ ଘ୦୧/୩୩ ଗତେ ଘ୦୪/୨୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ପୋଇ ଦିବା ଘ୦୭/୨୯ ଗତେ ବାଇଗଣ ଭକ୍ଷଣ ନିଷେଧ।
ମେଷ-ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ।ଆର୍ଥିକଲାଭ ମିଳିବ।ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରିପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ।ମିତ୍ରମାନଙ୍କ ଏବଂ ପାରିବାରିକସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।
ବୃଷ-ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବେ ।
ମିଥୁନ-କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି ।କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।
କର୍କଟ-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।
ସିଂହ- ଆଜି କଷ୍ଟହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମହେବ ।କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥାବିଳମ୍ବ ପରିଲକ୍ଷିତହେବ ।ପରିସ୍ଥିତି ଖରାପ ନଥିଲେ ମଧ୍ୟ ମନ ଅଶାନ୍ତରହିବ ।ବିନା କାରଣରେ ଆଜି ବହୁତ ବ୍ୟସ୍ତରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟା-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହଜୋଗ କରିବେ ।ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହାଯ୍ୟ ପାଇବେ । ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
ତୁଳା-କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟ ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକ ର୍କ୍ୟାରେ ଆଗ୍ରହୀ ହେବେ ।
ବିଛା-ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି ।ମାନସିକ,ପାରିବାରିକ ଅଶାନ୍ତି ଓ କର୍ମ ସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ ।ବାପାମାଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତହେବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳା ମାନେ ବିଷାଦଗ୍ରସ୍ତ ହେବେ ।
ଧନୁ-ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
ମକର-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ ।ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।
କୁମ୍ଭ-ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।
ମୀନ-ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧିଘଟିବ । ବାଣିଜ୍ୟ,ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀ ଙ୍କର କୃପାରହିବ। ମାନସିକ,ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତାଲାଭ କରିବେ ।

ଜାଣନ୍ତୁ କେଉଁ କାରଣରୁ ଲଫାପାରେ,୧୦୧,୫୦୧, ୧୦୦୧ ଟଙ୍କା ଦିଆଯାଏ….
ବିବାହ ଜନ୍ମଦିନ ଅନେକ ଶୁଭକାର୍ଯ୍ୟରେ ଟଙ୍କା ଦେବା ସମୟରେ ଲଫାପାରେ ୧୦୦,୫୦୦ କିମ୍ବା ୧୦୦୦ ଟଙ୍କା ନଦେଇ ୧୦୧,୫୦୧,୧୦୦୧ ଟଙ୍କା ଦେବା ଦେଖି ଥିବେ। ୧ଟଙ୍କା ମିଶାଇ ନଦେଲେ ଏହାକୁ ଅଶୁଭ କୁହାଯାଏ। ତେବେ ଜାଣନ୍ତୁ କେଉଁ କାରଣରୁ ଏଭଳି କରାଯାଏ..ମାନ୍ୟତା ଅନୁଯାୟୀ, ଶୂନ ଅନ୍ତର ପ୍ରତୀକ। ମାତ୍ର ୧ ନୂଆ ଆରମ୍ଭର ପ୍ରତୀକ। ତେଣୁ ସେହି ଲଫାପାରେ ଟଙ୍କା ସହ ଥିବା ୧ ଟଙ୍କା ଜଣାଇଥାଏ, ଯେଉଁ ବ୍ୟକ୍ତିଙ୍କୁ ତାହା ପ୍ରଦାନ କରାଯାଇଛି ଏକ ନୂତନ ଜୀବନର ଆରମ୍ଭ ପାଇଁ। ସୁଖସମୃଦ୍ଧି ବୃଦ୍ଧି ପାଇଁ।
ସେହିପରି ଗଣନା ଦୃଷ୍ଟିରୁ ୧୦୦,୫୦୦ ଓ ୧ ହଜାର ବିଭାଜ୍ୟ। ମାତ୍ର ୧୦୧,୫୦୧ ଓ ୧୦୦୧ ଅବିଭାଜ୍ୟ। ଶୁଭ କାର‌୍ୟ୍ୟରେ ପ୍ରଦାନ କରାଯାଉଥିବା ଟଙ୍କା ଏକ ଆଶୀର୍ବାଦ। ତେଣୁ ସେହି ଆଶୀର୍ବାଦ ଓ ଶୁଭକାମନା ଅବିଭାଜ୍ୟ ହେବା ଉଚିତ।ଟଙ୍କା ସହ ୧ଟଙ୍କା ଦେବା ଦ୍ୱାରା ଉଭୟ ଦେବା ଓ ନେବା ବ୍ୟକ୍ତିଙ୍କ ମଧ୍ୟରେ ସର୍ବଦା ଉତ୍ତମ ସମ୍ପର୍କ, ବୁଝାମଣା ବୃଦ୍ଧି ହୋଇଥାଏ। ଏହି ଲଫାପା ପ୍ରସ୍ତୁତି କରିବା ସମୟରେ ୧ଟଙ୍କିଆ ରଖନ୍ତୁ। ଅଳ୍ପ ହଳଦୀ ଲଗାଇ ରଖନ୍ତୁ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.