ଓଲଟିଲା ପରିବାବୋଝେଇ ପିକଅପ୍ ଭ୍ୟାନ୍

କଣ୍ଟାବାଞ୍ଜି ୧୭ା୭(ଏସଏସନିଉଜ) କଣ୍ଟାବାଞ୍ଜିରୁ ସିନ୍ଧେକେଲା ବଜାରକୁ ପରିବା ବିକ୍ରି କରିବାକୁ ଯାଉଥିବା ଏକ ପିକଅପ ଗାଡ଼ି କନ୍ଦବାହାଲ ଛକ ଠାରେ ଭାରସାମ୍ୟ ହରାଇ ଆଜି ସକାଳୁ ଓଲଟି ଯାଇଥିଲା।ଫଳରେ ଗାଡ଼ିଟି ରାସ୍ତାର ପାର୍ଶ୍ୱରେ ଥିବା ଏକ ଚାଷ ଜମି ଭିତରକୁ ପଶିଯାଇଛି। ଏଥିରେ ଜଣେ ପରିବା ବ୍ୟବସାୟୀ ଗୁରୁତର ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।ସ୍ଥାନୀୟଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି। ଖବରପାଇ କଣ୍ଟାବାଞ୍ଜି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.