ବଡ ବଜେଟ୍ ଆଣୁଛନ୍ତି ମୋହନ ସରକାର

ଭୁବନେଶ୍ବର, ୧୮ା୭(ଏସଏସନିଉଜ)ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ କରିବା ପରେ ଆସନ୍ତା ୨୫ ତାରିଖରେ ବଜେଟ୍ ଆଣିବାକୁ ଯାଉଛି ମୋହନ ସରକାର। ଏଥର ଓଡିଶା ବଜେଟ୍ ଆକାର ଛୁଇଁପାରେ ୩ ଲକ୍ଷ କୋଟି।ଏନେଇ ଲୋକସେବା ଭବନରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ହେଇଛି। ପୂର୍ଣ୍ଣାଙ୍ଗ ବଜେଟ୍ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ସୂଚନା ମିଳିଛି।ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥର ଅଧିବେଶନରେ ମୋହନ ସରକାର ନିଜର ପ୍ରଥମ ବଜେଟ୍ ଆଣିବ। ୨୨ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭ ହେବାକୁ ଥିବାବେଳେ , ୨୩ ତାରିଖରେ ଉପ-ବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ଓ ୨୫ ତାରିଖରେ ବଜେଟ୍ ଆଗତ ହେବ। ତେବେ ଅର୍ଥ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ରଖିଥିବାରୁ , ସେ ନିଜେ ବଜେଟ୍ ଆଗତ କରିବେ ବୋଲି ଜଣାପଡିଛି।

- Advertisement -

Leave A Reply

Your email address will not be published.