ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ଓଡ଼ିଶା ସୀମାନ୍ତ ଛତିଶଗଡ଼ର ରାଜଖରସୁଆଁରେ ଟ୍ରାକରୁ ଖସି ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି ।ଚକ୍ରଧରପୁର ଡିଭିଜନର ରାଜଖରସୁଆଁ-ଓବାରବାମ୍ବୋ ମଝିରେ ଭୋର୍ ୩ଟା ୩୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ। ବର୍ତ୍ତମାନ ସୁଦ୍ଧା ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେଲୱେ ମେଡିକାଲ ଟିମ୍ ସେମାନଙ୍କୁ ଚିକିତ୍ସା କରିଥିଲେ। ଅନ୍ୟ ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାୱଡା-ମୁମ୍ବାଇ ଏକ୍ସପ୍ରେସର ପାଖାପାଖି ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି। ଦକ୍ଷିଣପୂର୍ବ ରେଳବାଇ ଉଚଜ ଓମ୍‌ପ୍ରକାଶଙ୍କ ସୂଚନା ଅନୁଯାୟୀ ଭୋର ୩ଟା ୪୩ରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲାା୮୦ ପ୍ରତିଶତ ଲୋକଙ୍କୁ ଚକ୍ରଧରପୁର ଷ୍ଟେସନଙ୍କୁ ନିଆଯାଇଛିା ଦୁର୍ଘଟଣାରେ ୩ ମୃତ, ଜଣେ ଗୁରୁତର ଓ ୪ ସାମାନ୍ୟ ଆହତ ହୋଇଛନ୍ତି । ରେଳ ଦୁର୍ଘଟଣାରେ ୩ ମୃତକଙ୍କ ମଧ୍ୟରୁ ୨ ଜଣ ରାଉରକେଲାର ସୂଚନା ମିଳିଛି ।ଜଣେ ରାଉରକେଲା ମଧୁସୂଦନ ପାଲି ଅଞ୍ଚଳର ଅଜିତ ସାମଲ ଓରଫ୍ ଲୁଭା,ଅନ୍ୟ ଜଣେ ରାଉରକେଲା ରେଲଓ୍ବେ କଲୋନୀ ଅଞ୍ଚଳର ସି. ବିକାଶ ରାଓାଉଭୟ ମୃତକଙ୍କୁ ସେମାନଙ୍କ ପ୍ରିୟଜନ ଚିହ୍ନଟ କରିଥିବା ଜଣାପଡ଼ିଛିାତେବେମୃତକଙ୍କ ପରିଚୟ ନେଇ ରେଳବିଭାଗ ପକ୍ଷରୁ କୌଣସି ସୂଚନା ମିଳିନି ।

- Advertisement -

Leave A Reply

Your email address will not be published.