ବିପିଏଲ ହିତାଧିକାରୀଙ୍କ ୫୨ ହଜାର ବିଦ୍ୟୁତ ବିଲ୍

ଭୁବନେଶ୍ବର,୭/୮(ଏସଏସନିଉଜ)ବିପିଏଲ ହିତାଧିକାରୀଙ୍କ ୫୨ ହଜାର ଟଙ୍କା ବିଦ୍ୟୁତ ବିଲ୍ ଆସିଛି।ଯାହାକୁନେଇ ଯନ୍ତ୍ରୀଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ପୁରା ପରିବାର ।ଏମିତି ଘଟଣା ଘଟିଛି ମାଲକାନଗିରିରେ।ଚକ୍ରଧର ସୁନାନି, ଯିଏକିମାଲକାନଗିରି ସଦର ମେଡିକାଲ କଲୋନୀର ବାସିନ୍ଦା ଅଟନ୍ତି । ୫ ବର୍ଷ ପୂର୍ବରୁ ବିପିଏଲ ହିତାଧିକାରୀ ହିସାବରେ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । କିନ୍ତୁ ମାସକୁ ମାସ ବିଲ ଆସିନଥିଲା । ଏବିଷୟରେ ଅଧିକାରୀଙ୍କୁ ଜଣାଇ  ଥିଲେ ମଧ୍ୟ କୌଣସି ପଦକ୍ଷେପ ଦେଇନଥିଲେ । ୫ ବର୍ଷ ପରେ ବିଦ୍ୟୁତ ବିଲ ଆସିଥିଲା ୫୨ ହଜାର ଟଙ୍କା । ଟଙ୍କା ଭରିବାକୁ ୧୫ ଦିନ ସମୟ ମାଗିଥିଲେ ବି ମାତ୍ର ୩ ଦିନରେ ତାଙ୍କ ଘର ବିଦ୍ୟୁତ ସଂଯୋଗ କାଟିଦେଇଥିଲେ ।ଏଥିରେ ଅତିଷ୍ଟ ହୋଇ ନ୍ୟାୟ ପାଇବାକୁ ଟିପିଏସଓଡିଏଲ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ପିଲାଛୁଆଙ୍କୁ ଧରି ଧାରଣା ଦେଇଛନ୍ତି ପୁରା ପରିବାର ।

- Advertisement -

Leave A Reply

Your email address will not be published.