ପୁରୀରେ ଆଜିଠୁ ରଥଭଙ୍ଗା କାମ

ପୁରୀ,୧୧/୮(ଏସଏସନିଉଜ)ଆଜିଠୁ ରଥଭଙ୍ଗା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ନିଳାଦ୍ରିବିଜେ ପରେ ଶ୍ରୀହୀନ ହୋଇପଡିଥିଲେ ତିନି ରଥ। ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ୟ୍ୟ। ନିୟମ ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାମ ଆରମ୍ଭ ହୋଇଛି। ଏହାପରେ ତାଳଧ୍ୱଜ ରଥ ଭଙ୍ଗାଯିବ।ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି। ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ। ତା ପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଇଛି। ଏହା ପରେ ସବୁ ଅଂଶକୁ ଭଙ୍ଗା ଯିବ।
ତେବେ ଗୋଟିଏ ରଥକୁ ଭାଙ୍ଗିବା ପାଇଁ ୪ଦିନ ସମୟ ଲାଗିବ।

- Advertisement -

Leave A Reply

Your email address will not be published.