ବିଏମସିର ନୁଆ ପ୍ରୟାସ

0 1,130

ଭୁବନେଶ୍ୱର,୨୬/୬(ଏସଏସନିୟୁଜ) ରାଜଧାନୀରେ ବଢୁଥିବା ସଂକ୍ରମଣ ରୋକିବା ନେଇ ଭୁବନେଶ୍ୱର ମହାନଗର ନିଗମ (BMC)  ଆରମ୍ଭ କରିଛି ନୁଆପ୍ରୟାସ ।ହଟ୍ ସ୍ପଟ୍ ଜିଲ୍ଲାରୁ କେହି ଭୁବନେଶ୍ୱର ଆସିଲେ ରହିବେ ସରକାରୀ କ୍ୱାରେଣ୍ଟାଇନ୍ରେ । ବିଶେଷକରି କଟକ, ବାଲେଶ୍ୱର, ଗଜପତି , ଗଞ୍ଜାମ ଓ ଯାଜପୁର ୫ ଜିଲ୍ଲା ରୁ କେହି ଭୁବନେଶ୍ୱର ବସ୍ତି ଅଞ୍ଚଳ ଆସିଲେ, ୧୪ ଦିନ ସରକାରୀ ସେମାନେ କ୍ୱାରେଣ୍ଟାଇନ୍ରେ ରହିବେ। ଏମାନଙ୍କୁ ସ୍ଲମ୍ ସର୍ଭେଲାନ୍ସ ଟିମ୍ ସ୍ଲମ୍ ଧରି କ୍ୱାରେଣ୍ଟାଇନ୍ ପଠାଇବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି । ଚୌଧୁରୀ କହିଲେ ଯେ,ଭୁବନେଶ୍ୱରକୁ ୮୬୮୧ଜଣ ଲୋକ ଅନ୍ୟ ରାଜ୍ୟ ବା ଦେଶରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭୯୧ଜଣ ଲୋକ ଏବେବି କ୍ୱାରେଣ୍ଟାଇନରେ ରହିଛନ୍ତି। ଭୁବନେଶ୍ୱରରେ ମୋଟ ୨୭୪ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩୨ଜଣ ସକ୍ରିୟ ଅଛନ୍ତି। ବାକି ୧୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ଥିବା ୧୩୨ଟି ପଜିଟିଭ୍ ମାମଲାରୁ ୨୫ଜଣ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ବୋଲି ଚିହ୍ନଟ ହୋଇଛି। ଭୁବନେଶ୍ୱରରେ ସିଲ୍ ହୋଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୯ରେ ପହଂଚିଛି।

Leave A Reply

Your email address will not be published.