ନାଗିନ ନୃତ୍ୟରେ ସାପ ଧରି ନାଚିଲେ ବରଯାତ୍ରୀ

ଭୁବନେଶ୍ୱର,୧ା୫(ଏସଏସନିଉଜ) ନାଗିନ ନୃତ୍ୟର ତାଳେତାଳେ ଜୀବିତ ନାଗସାପକୁ ଧରି ବରଯାତ୍ରୀ ନାଚିଲେ । ଜଣେ ଯୁବକ ଜଣକ ସାପକୁ ଖେଳାଉ ଥିଉବା ବେଳେ, ଆଉ ଦୁଇ କିନ୍ନର ନାଗକୁ ଧରି ନାଚୁଥିଲେ ।ଏହିଭଳି ଘଟଣା ଭଦ୍ରକ ଜିଲ୍ଲା ଧାମରା ବାଂଶଡ଼ା ପଞ୍ଚାୟତର ଛେଡାକ ଗାଁରେ ବରଯାତ୍ରୀ ଶୋଭା ଯାତ୍ରାରେ ଦେଖିବାକୁ ମିଳିଛି । ବନ୍ୟପ୍ରାଣୀ ଆଇନ ଉଲ୍ଲଘଂନ କରି ଏପରି ହୋଇଥିବାବେଳେ ସାପଟି ଚୋଟରେ କାହାର ଜୀବନ ମଧ୍ୟ ଯିବାର ସମ୍ଭାବନା ଦେଖାଦେଇଥିଲା ।ଖବରପାଇ ଧାମରା ବନ୍ୟ ପ୍ରାଣୀ ବନଖଣ୍ଡ କର୍ମଚାରୀ ପହଁଚି ବରଯାତ୍ରୀ ଦଳଙ୍କ ଠାରୁ ତିନୋଟି ନାଗ ସାପ ଜବତ କରିଥିବାର ଜଣାପଡିଛି ।

 

- Advertisement -

Leave A Reply

Your email address will not be published.