ବୋଦାଭୋଜି ସାଜିଲା କାଳ

ପିକଅପ ଭ୍ୟାନ ଓଲଟି ଚାଲିଗଲା ଦୁଇ ଜୀବନ,୧୭ଆହତ

ଗଞ୍ଜାମ,୧୩।୫(ଏସଏସନିୟୁଜ)ବଳିବୋଦା ଭୋଜି ଖାଇବାକୁ ଆସୁଥିବା ବେଳେ ପିକଅପ ଭ୍ୟାନ ଓଲଟି ବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି।ମୃତକ ହେଉଛନ୍ତି ବାଦଲ ଗୌଡ(୧୫) ଓ ଚନ୍ଦ୍ରମା ଗୌଡ (୨୭)।ସୋରଡ଼ା ଭଞ୍ଜନଗର ମୁଖ୍ୟ ରାସ୍ତାର କୁଲାଙ୍ଗି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୋରଡ଼ା ନିକଟସ୍ଥ ବାଘଲିଙ୍ଗିରୁ ସାନବୋରସିଙ୍ଗି ଗାଡିଟିରେ ୧୭ଜଣ ବସି ବଡ଼ବୋରସୀଙ୍ଗି ବ୍ରାହ୍ମଣ ଦେବି ମନ୍ଦିର ଅଭିମୁଖେ ବଳି ବୋଦା ଭୋଜି ଖାଇବାକୁ ଗୋଟେ ପରିବାରର ୧୭ଜଣ ସଦସ୍ୟ ଆସୁଥିଲେ।ଏହି ସମୟରେ ଏକ କଲଭର୍ଟକୁ ପିକଅପଭ୍ୟାନ ଧକ୍କା ଦେଇ ଓଲଟି ପଡିଥିଲା। ଯାହାଫଳରେ ୧୭ରୁ ଉର୍ଦ୍ଧଯାତ୍ରୀ ଆହତ ହୋଇଥିଲେ। ଘଟଣାପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଆହତମାନକୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଥିବା ୪ ଜଣଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.