ଉଦ୍‌ଯାପିତ ହେଲା ଶବ୍ଦାବଳୀ ଆୟୋଗ କର୍ମଶାଳା

ବାରଙ୍ଗ, ୧୭ା୫(ଏସଏସନିୟୁଜ) ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟରେ ଅବସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ୧୨ ତାରିଖରୁ ୧୭ ତାରିଖ ପର୍ୟ୍ୟନ୍ତ ପାଞ୍ଚଦିନବ୍ୟାପି ଚାଲୁଥିବା ଶବ୍ଦାବଳୀ ଆୟୋଗ କର୍ମଶାଳା ଶନିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଭାରତ ସରକାରଙ୍କ ଉଚ୍ଚ ଶିକ୍ଷାବିଭାଗର ସିନିୟର ସାଇଣ୍ଟଫିକ୍ ଅଫିସର ଡକ୍ଟର ଭୀମସେନ ବେହେରାଙ୍କ ତତ୍ତ୍ଵାବଧାନରେ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଆୟୁର୍ବେଦ ମହାବିଦ୍ୟାଳୟ ଶାରୀର କ୍ରିୟା ବିଭାଗର ସହଯୋଗରେ ୬୦୦୦ ଶବ୍ଦକୁ ମୂଳ ସଂସ୍କୃତ ଭାଷାର ଆଧାରରେ ଆକ୍ଷରିକ ଓଡିଆ ହିନ୍ଦି ଓ ଇଂରାଜୀ ଭାଷାରେ ଅନୁବାଦ କରାଯାଇଛି ଓ ଉକ୍ତ କାର୍ୟ୍ୟ ଆଗକୁ ମଧ୍ୟ ଚାଲୁରହିବ ବୋଲି ଆୟୁର୍ବେଦ ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି ମହାବିଦ୍ୟାଳୟ ଡ଼େପୁଟି ଡିନ୍ ପ୍ରଫେସର ଦୁର୍ଗାପ୍ରସାଦ ଦାଶ କର୍ମଶାଳାର ଉପଯୋଗିତା ବିଷୟରେ ମତବ୍ୟକ୍ତ କରିଥିବାବେଳେ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ସ୍ୱାଗତଭାଷଣ ଓ କ୍ରିୟାଶରୀର ବିଭାଗର ମୁଖ୍ୟ ପ୍ରଫେସର ନଗେନ୍ଦ୍ର ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.