ଗୁଳି ଓ ବୋମାମାଡ କରି ଫେରାର ଥିଲେ

ଧରିଲା ପୋଲିସ

ମେଣ୍ଢାଶାଳ,୧/୬(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀଜମି ଜବର ଦଖଲ ଓ ବୋମାମାଡ ସହ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଫେରାର ଥିବା ଜଣେ ଯୁବକକୁ ଚନ୍ଦକାପୋଲିସ ଶନିବାର ରାତିରେ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ଭରତପୁରର ସହଦେବ ବାରିକ ଓରଫ ନାଗା।ପୋଲିସ ତାଠାରୁ ଏକ ବାଇକ୍, ମୋବାଇଲ୍ ଫୋନ ଓ ବନ୍ଧୁକ ଜବତକରିଛି।
ସୂଚନା ମୁତାବକ ଗତ ମାର୍ଚ୍ଚମାସ ୯ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣାବିକାକୁ ନେଇ ଦୁଇଗୋଷ୍ଠୀମଳିପଡା ସାମ୍ପୁରର ସଂଘର୍ଷବିହାର ଛକରେ ମୁଁହାମୁଁହି ହୋଇଥିଲେ ।ଗୁଳିଚାଳନା ସହ ବୋମାମାଡ ବି ହୋଇଥିଲା।ଗୁଳିମାଡରେ ଭରତପୁର ଅଂଚଳର ସୋମନାଥ ସାହୁଙ୍କ ଜଙ୍ଘରେ ଗୁଳି ବାଜିଥିଲା ଏନେଇ ପୋଲିସ ପର୍ୟ୍ୟାୟକ୍ରମେ ୩ଜଣଙ୍କୁ ଗିରଫ କରିଥିବା ବେଳେ ଶନିବାର ରାତିରେ ସହଦେବ ବାରିକ ଓରଫ ନାଗାକୁ ଗିରଫ କରିଛି।୩୦ତାରିଖ ରାତିରେ ସହଦେବ ବାରିକ ଏକ ବାଇକ୍ ଯୋଗେ ଭାରତପୁରକୁ ଫେରୁଥିବାର ପୋଲିସ ପାଖରେ ଖବର ପହଞ୍ଚିଥିଲା।ଚନ୍ଦକାଥାନାପୋଲିସ ତୁରନ୍ତ ତାର ପିଛାକରି ଗଙ୍ଗାପାଟଣା ଗାଁ ପାଖରେ ସହଦେବକୁ ଧରିବାରେ ସକ୍ଷମ ହୋଇଥିଲା।ସହଦେବଙ୍କ ନାମରେ ବିଭିନ୍ନ ଥାନାରେ ୧୨ଟି ଫୌଜଦାରୀ ମାମଲା ଥିବାର ପୋଲିସ ଅନୁଧ୍ୟାନ ବେଳେ ଜାଣିବାକୁ ପାଇଛି।
ପୂର୍ବରୁ ଏହି ଘଟଣାରେ ବୁଲେଟ ରାଜା ଓରଫ ବିକାସ ବାରିକ ,ଆସିସ କୁମାର ରାୟ ଓରଫ ଆସୁ ପାପୁନ ମଝି,ସୁଧୀର କୁମାର ଜେନାଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଥିବାର ଜଣାପଡିଛି।ଏମାନେ ମଳିପଡ଼ା ଏବଂ ସାମ୍ପୁର ମୌଜା ଅନ୍ତର୍ଗତ ଜଙ୍ଗଲ ଜମିକୁ ସିମେଣ୍ଟ ପୋଲ ଚିହ୍ନିତ କରି ଏବଂ ଭୂମିହୀନ ଶ୍ରମିକ ଏବଂ ଅନ୍ୟମାନଙ୍କୁ ଉଚ୍ଚମୂଲ୍ୟରେ ପ୍ଲଟ୍ ବିକ୍ରି କରି ବେଆଇନଭାବରେ ଦଖଲ କରୁଥିଲେ। ସେମାନେ ଅନଧିକୃତ ନିର୍ମାଣକାର୍ୟ୍ୟରେ ଲିପ୍ତ ଥିଲେ, ବ୍ୟକ୍ତିଗତ ଆର୍ଥିକଲାଭ ପାଇଁ ଅପରାଧୀଗୋଷ୍ଠୀ ଗଠନ କରି ଆଇନଶୃଙ୍ଖଳା ପ୍ରତି ଗୁରୁତର ବିପଦ ସୃଷ୍ଟି କରିଥିଲେ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.