ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୦୯/୦୭/୨୦,ଗୁରୁବାର

0 236

୧-ସ୍ପଷ୍ଟୀକରଣ ଦେଲା ଅର୍ଥ ବିଭାଗ – ନୂଆ ନିଯୁକ୍ତି ଉପରେ ସାମୟିକ କଟକଣା, ଖାଲି ପଦବୀ ପୂରଣ କରାଯିବ ।
୨-୨୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଓଡ଼ିଶାରେ ପହଞ୍ଚିଲା ।
୩-ଲୋକଙ୍କୁ ସରକାରୀ ଅଫିସ ଆସିବାକୁ ପଡ଼ିବ ନାହିଁ, ସମସ୍ତ ସେବା ଅକ୍ଟୋବର ୨ ସୁଦ୍ଧା ଅନଲାଇନରେ ଉପଲବ୍ଧ ହେବ : ମୁଖ୍ୟମନ୍ତ୍ରୀ ।
୪-ଜମ୍ମୁ-କାଶ୍ମୀରରେ ଓଡିଆ ଆଇପିଏସ ଅଫିସର ସସପେଣ୍ଡ । ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚରଣ ପାଇଁ ଆଇପିଏସ ବସନ୍ତ ରଥ ନିଲମ୍ବିତ ।
୫-କରୋନା ସଂକ୍ରମଣ ଜନିତ ସ୍ଥିତିକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ରେଳ ଷ୍ଟପେଜରେ ଯାପତ୍ରୀବାହୀ ଟ୍ରେନ୍ର ରହଣିକୁ ତୁରନ୍ତ ରଦ୍ଦ କରିବାକୁ କୁହାଯାଇଛି ।
୬-ଜୁଲାଇ ୩୧ ପର‌୍ୟ୍ୟନ୍ତ ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ।
୭-ଡଐଙରୁ ଆନୁଷ୍ଠାନିକ ହଟିଲା ଆମେରିକା, ଜାତିସଂଘ ମହାସଚିବଙ୍କୁ ଦିଆଗଲା ସୂଚନା ।
୮-ପୁଣି ଷ୍ଟାଡିୟମକୁ ଫେରିଲା କ୍ରିକେଟ୍, ଖେଳାଗଲା ଇଂଲଣ୍ଡ ଙ୍ଖଗ୍ଦ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ।
୯-ନିରବ ମୋଦୀର ୩୨୯ କୋଟିର ସଂପତ୍ତି ଜବତ କଲା ଇଡି, ଜବତ ସଂପତ୍ତି ମଧ୍ୟରେ ରହିଛି ୫ଟି ଫ୍ଲାଟ, ଜମି ଓ ଫାର୍ମହାଉସ ।
୧୦-କରୋନା ମହାମାରୀକୁ ନଜରରେ ରଖି ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି।
୧୧-ରାଜ୍ୟରେ ବୁଧବାର ପୁଣି ୫୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪ ରେ ପହଞ୍ଚିଛି।ରାଜ୍ୟରେ ୩୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୭୦୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।
୧୨-ଡଐଙ ମାନିଲା: ବାୟୁ ଦ୍ୱାରା ବି ବ୍ୟାପିପାରେ କରୋନା ଭୂତାଣୁ।
୧୩-ବରିଷ୍ଠ ହାସ୍ୟ ଅଭିନେତା ତଥା ଘରେ ଘରେ ଜଗଦୀପ ନାମରେ ପରିଚିତ ସୟଦ୍ ଇସ୍ତଆକ୍ ଅହମ୍ମଦ ଜାଫରିଙ୍କ ପରଲୋକ ହୋଇଛି।

Leave A Reply

Your email address will not be published.