ମଦ ବିକିବାବେଳେ ମାଡ଼ିବସିଲା ପୋଲିସ

କଟକ, ୬।୯(ଏସଏସନିଉଜ) ବାରଙ୍ଗ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ମଦ ଜବତ କରିବା ସହ ଦୁଇଜଣ ବେପାରୀଙ୍କୁ ଗିରଫ କରି ଶନିବାରକୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭାଲୁଙ୍କା ଗ୍ରାମର ଗ୍ରାମର ରାମ ସିଂ (୪୬) ଓ ସୁକଦେବ ସିଂ (୪୩)।
ପ୍ରକାଶଯେ, ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଭାଲୁଙ୍କା ଗ୍ରାମରେ ଦେଶୀ ମଦ ବିକ୍ରି ହେଉଥିବାର ସୂଚନା ପାଇ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗ୍ରାମର ରାମ ସିଂ ଓ ସୁକଦେବ ସିଂ ବେଆଇନ ଦେଶୀ ମଦ କାରବାର କରୁଥିବା ବେଳେ ଉଭୟଙ୍କ ନିକଟରୁ ୬୬ ଲିଟର ବେଆଇନ ଦେଶୀ ମଦ ଜବତ କରିଥିଲା ପୁଲିସ। ଏସଂକ୍ରାନ୍ତରେ ପୁଲିସ ୪୮୧/୨୫ନଂ ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଶନିବାର ଦିନ କୋର୍ଟଚାଲାଣ କରିଛି।

- Advertisement -

Leave A Reply

Your email address will not be published.