ନନ୍ଦନକାନନ ଥାନାରେ ନୂଆ ଆଇଆଇସି

ବାରଙ୍ଗ ପ୍ରେସ କ୍ଲବ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ବାରଙ୍ଗ,୨୦|୧୧ (ଏସଏସନିଉଜ)ନନ୍ଦନକାନନ ଥାନରେ ଯୋଗଦେଇଥିବା ନୂତନ ଥାନାଧିକାରୀଙ୍କୁ ବାରଙ୍ଗ ପ୍ରେସ କ୍ଲବ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନନ୍ଦନକାନନ ଥାନାର ନୂତନଥାନା ଅଧିକାରୀ ଭାବେ ବିଭୂତି ଭୂଷଣ ମୁଦୁଲି ବୁଧବାର ଦିନ ଯୋଗଦେଇଛନ୍ତି। ସେ ଗତ ଅକ୍ଟୋବର ମାସରେ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ। ପଦୋନ୍ନତି ପାଇବା ପୂର୍ବରୁ ସେ ପାହାଳ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ବୁଧବାର ଦିନ ନୂଆ ଥାନାଧିକାରୀ ଥାନାରେ ପହଞ୍ଚିବା ପରେ ଥାନା ପକ୍ଷରୁ ସ୍ବାଗତ କରାଯାଇଥିଲା। ଏଠାରେ ଥିବା ଆଇଆଇସି ଦୟାନିଧି ନାୟକଙ୍କୁ ମଞ୍ଚେଶ୍ୱର ଥାନାକୁ ବଦଳି ହୋଇଛି। ତେବେ ଥାନାଧିକାରୀ ଭାବେ ଶ୍ରୀଯୁକ୍ତ ମୁଦୁଲି ଯୋଗଦେବା ପରେ ଉକ୍ତ ଅଞ୍ଚଳରେ ଜନସାଧାରଣଙ୍କୁ ସଚେତନ କରିବା ତଥା ଅପରାଧିକ କାର୍ଯ୍ୟକଳାପରୁ ମୁକ୍ତ କରିବା ପାଇଁ ଧ୍ୟାନ ଦେବେ ବୋଲି କହିଛନ୍ତି। ଅଞ୍ଚଳର ଜନସାଧାରଣଙ୍କୁ ଉଚିତ୍ ଆଇନ ଓ ନ୍ୟାୟର ସେବା ଯୋଗାଇବା ପାଇଁ ଜନସାଧାରଣମାନେ ଆଶାବାଦୀ ଅଛନ୍ତି। ବାରଙ୍ଗ ପ୍ରେସକ୍ଲବ ପକ୍ଷରୁ ଦିଆଯାଇଥିବା ସ୍ଵାଗତ ସମ୍ବର୍ଦ୍ଧନାରେ ପ୍ରେସକ୍ଲବର ସଭାପତି ଲିଙ୍ଗରାଜ ରାଉତ, କମଳାକାନ୍ତ ନାୟକ, ଗୌତମ ରାଉତ, ଦେବେନ୍ଦ୍ରନାଥ ସାହୁ, ସଂଗ୍ରାମ କେଶରୀ ଦାସ, ତାପସ ଜେନା, ଅଜୟ ରାଉତ, ସେଖ ଅବଦୁଲ ମୁନାବ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

- Advertisement -

Leave A Reply

Your email address will not be published.