ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୧୦ତାରିଖ,ସୋମବାର,ଅଦ୍ୟ ତ୍ର୍ୟହସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା,ହୋମ ଦାନାଦି,କାଉଡ଼ିଆଭକ୍ତଙ୍କ ଜଳାଭିଷେକ ଯାତ୍ରା🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୮/୫୬🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୫/୬ଶ୍ରାବଣ ମାସ, କୃଷ୍ଣପକ୍ଷ,ଚନ୍ଦ୍ରବାସ,ତିଥି-ଦ୍ବାଦଶୀ ଦିବା ଘ୮/୩୬ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀକ୍ଷୟ ନିଶାନ୍ତ ଘ୫/୨୬ମି ପର୍ଯ୍ୟନ୍ତ,ନକ୍ଷତ୍ର-ଆର୍ଦ୍ରା ନକ୍ଷତ୍ର ଦିବା ଘ୧/୩୫ମିପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ନକ୍ଷତ୍ର ।ବଜ୍ରଯୋଗ ରାତ୍ରି ଘ୧୨/୩ମି ପର୍ଯ୍ୟନ୍ତ ତଦନ୍ତେ ଅସୃକଯୋଗ,କରଣ-ତୈତିଳକରଣ ଦିବା ଘ୮/୩୬ମି ପର୍ଯ୍ୟନ୍ତ ତଦନ୍ତେ ଗରକରଣ ରାତ୍ରି ଘ୭/୧ମିପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ,ଦିବା ଘ୮/୩୬ମିପରେ ଦକ୍ଷିଣ ଦିଗରେ, ନିଶାନ୍ତ ଘ୫/୨୬ମିପରେ ପଶ୍ଚିମଦିଗରେ,ତ୍ର୍ୟହସ୍ପର୍ଶ ତିଥିଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ.ମେଷ,ମିଥୁନ,କର୍କଟ,ସିଂହ,ଧନୁ,ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର-କନ୍ୟାରାଶିର ଘାତଚନ୍ଦ୍ର,ଘାତବାର-ମିଥୁନ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ଦିବା ଘ୧/୩୫ମି ପରେ ୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ- ପୂତିକା(ପୋଇଶାଗ)ଦିବା ଘ୮/୩୬ମିପରେ ବାର୍ତ୍ତାକୀ(ବାଇଗଣ) ଭକ୍ଷଣନିଷେଧ,ଅଶୁଭବେଳା-(କାଳବେଳା)ଦିବା ଘ୭/୬ମି ରୁ ଘ୮/୪୧ମି ପର୍ଯ୍ୟନ୍ତ(ବାରବେଳା)ଦିବା ଘ୨/୪୮ମିରୁ ଘ୪/୨୧ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୧୦/୨୬ମିରୁ ଘ୧୧/୫୧ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ସୂର୍ଯ୍ୟୋଦୟରୁ ଦିବା ଘ୭/୬ମିମଧ୍ୟେ,ଘ୧୦/୧୯ମି ରୁ ଘ୧୨/୪୩ମି ମଧ୍ୟେ, ରାତ୍ରି ଘ୬/୫୮ମି ରୁ ଘ୯/୨୨ମିମଧ୍ୟେ,ଘ୧୧/୪୬ମି ରୁ ଘ୨/୫୮ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ଦିବା ଘ୩/୭ମି ରୁ ଘ୪/୪୩ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ମୃତ ବ୍ୟକ୍ତିଙ୍କ ଦିବା ଘ୮/୩୬ମିମଧ୍ୟେ ୧ପାଦ ତିଥି ପୁଷ୍କରଦୋଷ,ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ରଦାନ ଏବଂ ଦିବା ଘ୧/୩୫ମିପରେ ୧ପାଦ ନକ୍ଷତ୍ର ପୁଷ୍କର ଦୋଷ,ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ,ତିଳ ସୁବର୍ଣ୍ଣ ଦାନସହିତ ହୋମାଦି ଶାନ୍ତି ବିଧେୟ,ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ କନ୍ୟାରଦିବା ଘ୧/୩୫ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ,ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା,ଘୃତତାମ୍ରପାତ୍ର,ରକ୍ତବସ୍ତ୍ର,ତିଳସୁବର୍ଣ୍ଣ,ତଣ୍ଡୁଳଦାନ କରଣୀୟ, ରଜଶ୍ଚକ୍ରେ ଶ୍ରୀମତୀ, ଘ୧/୩୫ମିପରେ ବନ୍ଧ୍ୟା,ନିଶାନ୍ତ ଘ୫/୨୬ମିଗତେ ତିଥି ଦୋଷହେତୁ(ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ-ନାସ୍ତି ।
🐐ମେଷ👉କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ।ଆର୍ଥିକସଙ୍କଟ ଥିଲେ ମଧ୍ୟ ନୂତନଯୋଜନା ଆରମ୍ଭ ସକାଶେ ମନ ବଳାଇବେ।ଗୁରୁଜନଙ୍କ ପରାମର୍ଶକ୍ରମେ କାମକଲେ ସମସ୍ୟା ସମାଧାନ ହେବ।ପାରିବାରିକଅଶାନ୍ତି ଲାଗି ରହିଥିଲେ ମଧ୍ୟ ମନକୁ ବୁଝାଇରହିବାକୁ ବାଧ୍ୟ ହେବେ।
🐂ବୃଷ👉କର୍ମକ୍ଷେତ୍ରର ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟ ହେବେ।ସାମାଜିକ ସ୍ତରରେ ସମ୍ମାନ ପାଇବେ। କ୍ରୀଡ଼ା, ଚଳଚ୍ଚିତ୍ର, କଳା,ସାହିତ୍ୟରେ ଉନ୍ନତିକରିବେ ଓ ପ୍ରଶଂସିତ ମଧ୍ୟ ହେବେ। ଆର୍ଥିକସ୍ଥିତି କମ୍‍ଜୋର୍‍ ରହିବ,ଫଳରେ ଅନ୍ୟରସାହାଯ୍ୟ ନେବାକୁ ବାଧ୍ୟ ହେବେ।
👩‍❤️‍👨 ମିଥୁନ👉ଭଲ ସମ୍ପର୍କ ନଥିବା ବ୍ୟକ୍ତି ସମସ୍ୟାକୁ ବଢାଇ ଦେଇ ପାରନ୍ତି। ସମସ୍ୟା ଆସିଲେମଧ୍ୟ ପୂର୍ବ ଯୋଜନା ଅନୁଯାୟୀ କର୍ମ କରିବାରେ ସମର୍ଥ ହେବେ।ପାରିବାରିକକ୍ଷେତ୍ରରେ ପୁରୁଣା କଥାକୁ ଦୋହରାଇଲେ କଳହ ଲାଗିପାରେ।ପୁରାତନ ରୋଗପୀଡା ସାମୟିକ ମନକୁ ବିଷାଦିତ କରିବାର ସୂଚନା ରହିଛି।
🦀କର୍କଟ👉ଆଜି ଦିନଟିରେ ଆପଣଙ୍କ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ କରିବେ।ସାମାଜିକସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ତଥା ବନ୍ଧୁମାନଙ୍କମଧ୍ୟରେ ପ୍ରଶଂସିତ ହେବେ।ପରିବହନକ୍ଷେତ୍ରରେ ସମସ୍ୟା ସମାଧାନ ହେବ,ପରିବାରରେ ସ୍ବାସ୍ଥ୍ୟସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସମ୍ଭାବନା ରହିଛି।
🦁 ସିଂହ👉ଆଜି ଆପଣ ଯାହା ପାଇବାକୁ ଇଚ୍ଛା କରୁଛନ୍ତି ତାହା ନିଶ୍ଚିତ ପାଇପାରିବେ।ଇଚ୍ଛା ନଥାଇମଧ୍ୟ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।କର୍ମକ୍ଷେତ୍ରରେ ଉଚ୍ଚ ପଦାଧତ୍କାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଅସଫଳତାର କାରଣ ଖୋଜିବାକୁଯାଇ ନିଜଲୋକଙ୍କୁ ଭୁଲ୍‍ ବୁଝିବେ।
🧕କନ୍ୟା👉କାମଗୁଡିକ ଝମେଲା ଭିତରେ ସମ୍ପନ୍ନ ହେବାରୁ ମନରେ ସରସତା ରହିବ ନାହିଁ ।ବିବାଦୀୟକଥାରେ ମୁଣ୍ଡ ପୂରାଇଲେ କାରଣ ନ ଥାଇ ଦୋଷୀ ହୋଇପାରନ୍ତି। ମନୋଭାବ ବଦଳିଯିବା କାରଣରୁ ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ପାଖ ମାଡିବ ନାହିଁ ା। ବ୍ୟବସାୟରେ ଲାଭ ଅପେକ୍ଷା କ୍ଷତି ଅଧିକ ହେବ।
⚖️ତୁଳା👉ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ପଡୋଶୀମାନେ ନିଜ ନିଜର ସ୍ବାର୍ଥସାଧାନ ମାନସରେ ମନ ବୁଝିଲା ଭଳିକଥା କହି କାର୍ଯ୍ୟ ହାସଲ କରିବେ।ପୁରୁଣା ରୋଗ, ଘର ଲୋକଙ୍କ ଟୁପ୍‍ଟାପ୍‍ କଥା ମନକୁ ବିଚଳିତ କରିବ।
🦂ବିଛା👉କର୍ମକ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ।ସାମାଜିକସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତହେବେ।କଳା,ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସହକର୍ମୀମାନଙ୍କର ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।
🏹ଧନୁ👉ସାମାଜିକକ୍ଷେତ୍ରରେ ଭଲ ବ୍ୟବହାର ପ୍ରଦର୍ଶନକରି ସମସ୍ତଙ୍କ ପ୍ରିୟପାତ୍ର ହେବେ।ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।ପଡୋଶୀଙ୍କ ଜରିଆରେ ବକେୟାଅର୍ଥ ଆଦାୟରେ ସକ୍ଷମ ହେବେ।ସ୍ବାସ୍ଥ୍ୟହାନି କାରଣରୁ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ।
🐊ମକର👉ସକାଳୁ ସକାଳୁ କୌଣସି ବନ୍ଧୁଙ୍କ ଦର୍ଶନପାଇଁ ମନ ଛଟପଟ ହୋଇପାରେ,ଶିଳ୍ପ, ବାଣିଜ୍ୟକ୍ଷେତ୍ରରେ, କଳା ସାହିତ୍ୟରେ,ପରିବାର ଭିତରେ, ପରିବହନରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁତାହାକୁ ଭୁଲ୍‍ ଦୃଷ୍ଟିକୋଣରୁ ବିଚାରକରିପାରନ୍ତି।ସ୍ଥଗିତ ରହିଥିବା ନିର୍ମାଣ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ।
🏺କୁମ୍ଭ👉ଅନ୍ୟମାନଙ୍କ ସହ ତୁଳନାକରି ନିଜକୁ ନୂ୍ୟନ ମଣିପାରନ୍ତି। ଅନ୍ୟମାନଙ୍କସକାଶେ କାମଯେତିକି ସହଜ ହୋଇପାରୁଛି ଆପଣଙ୍କ ପାଇଁ ତାହା ନହେବା କାରଣରୁ ଦୁଃଖପ୍ରକାଶ କରିବେ।ଆନୁଷ୍ଠାନିକ କ୍ଷେତ୍ରରେ ଅସଂଗତି ଲକ୍ଷ୍ୟକଲେ ମଧ୍ୟ ନୀରବରହିବାକୁ ବାଧ୍ୟ ହେବେ।ନୀଚ ବ୍ୟକ୍ତିର ସାହାର୍ଯ୍ୟରୁ ଉପକୃତ ହୋଇପାରନ୍ତି।
🐟ମୀନ👉କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଚାପରେ ବାହାରକୁ ଯିବାକୁ ପଡିପାରେ। ପାରିବାରିକ ସମସ୍ୟା ବିଷୟରେ ଗୁଡାଏଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ।ଅତିନିକଟରେ ରହୁଥିବା ବନ୍ଧୁଟିଦ୍ୱାରା କାମ ହାସଲକରିବେ। ଅସୁବିଧା ନ ହେଲେ ମଧ୍ୟ କେତେକକ୍ଷେତ୍ରରେ ବୃଥାଆଶଙ୍କା କରି ମନ ଅସ୍ଥିର ରହିବ।
🕉️ନୀତି ବାଣୀ🕉️
ଈଶ୍ୱର ସୃଷ୍ଟିରେ,ପୃଥିବୀ ପୃଷ୍ଠରେ
ସୃଷ୍ଟି କରିଛନ୍ତି ଆମକୁ,
ଭାବିବlନି ଉଚ୍ଚ, ଭାବିବନି ନୀଚ
ନିନ୍ଦା କରିବନି କାହାକୁ
ପରିବର୍ତ୍ତନ ହିଁ ସଂସାରର ନିୟମଅଟେ ,କିଛିବି ଚିରସ୍ଥାୟୀ ନୁହେଁ,ସଂପର୍କ ,ସମୟ,ପ୍ରେମ,ଘୃଣା ଆଉ ବୟସ ସବୁକିଛିସମୟ ସହ ବଦଳିଯାଏ।
କଥାରେ ଅଛି…..ସଂସାରଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ହେଲେ ଆଜିକା ଦିନରେ ଲୋକ ପଥରତ ଦୂରର କଥା ପତର ପଡ଼ିଲେ କାମୁଡି ପକାଉଛନ୍ତି।ଯେତେବେଳେ ଆପଣ ଏକୁଟିଆଅଛନ୍ତି,ଆପଣଙ୍କ ଚିନ୍ତାଧାରାକୁ Control କରନ୍ତୁ।

- Advertisement -

Leave A Reply

Your email address will not be published.