ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୧୪ତାରିଖ,ଶୁକ୍ରବାର,ଅଦ୍ୟ ଦ୍ବିତୀୟାର ଚନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ,ଋତୁ- ବର୍ଷା ଋତୁର (ପ୍ରଥମ ମାସ)ସୂର୍ଯ୍ୟ-ଦକ୍ଷିଣାୟନ,🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୩୦/୧୬,🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୨/୪୮,
ଶ୍ରାବଣମାସ,ଶୁକ୍ଳପକ୍ଷ,ଭୃଗୁବାସ,ତିଥି-ଦ୍ବିତୀୟା ସନ୍ଧ୍ୟା ଘ୬/୩୬ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା,ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ନକ୍ଷତ୍ର ରାତ୍ରି ଘ୪/୨ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଲ୍ଗୁନୀ ନକ୍ଷତ୍ର,ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ,ସନ୍ଧ୍ୟା ଘ୬/୩୬ମିପରେ ଆଗ୍ନେୟ କୋଣରେ।ସୂର୍ଯ୍ୟୋଦୟରୁ ଯାତ୍ରାଶୁଭ ।ସନ୍ଧ୍ୟା ଘ୬/୩୬ମିମଧ୍ୟେ ଉତ୍ତରଦିଗ,ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗ କରି ସନ୍ଧ୍ୟା ଘ୬/୩୬ମିପରେ ରାତ୍ରିଶେଷ ପର୍ଯ୍ୟନ୍ତ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗକରି ଯାତ୍ରାକରାଯିବ,ମେଷ,ମିଥୁନ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି,ଘାତଚନ୍ଦ୍ର-କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ଘାତବାର-ବିଛା, ଧନୁ ଓ ମୀନରାଶିର ଘାତବାର।ତାରାଶୁଦ୍ଧି-୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୪/୨ମି ପରେ ୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବୃହତି(ବୋଇତାଳୁ)ସନ୍ଧ୍ୟା ଘ୬/୩୬ମିପରେ ପଟୋଳଭକ୍ଷଣ ନିଷେଧ,ଅଶୁଭବେଳା-(ବାର ଓ କାଳବେଳା) ଦିବା ଘ୮/୩୯ମିରୁ ଘ୧୧/୪୯ମିପର୍ଯ୍ୟନ୍ତ(କାଳରାତ୍ରି)ରାତ୍ରି ଘ୮/୫୭ମି ରୁ ଘ୧/୨୩ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ସୂର୍ଯ୍ୟୋଦୟରୁ ଦିବା ଘ୭/୭ମି ମଧ୍ୟେ,ଘ୭/୫୬ମିରୁ ଘ୧୦/୨୦ମିମଧ୍ୟେ, ଘ୧୨/୪୪ମି ରୁ ଘ୨/୨୦ମି ମଧ୍ୟେ,ଘ୩/୫୬ମିରୁ ଘ୫/୩୨ମି ମଧ୍ୟେ, ରାତ୍ରି ଘ୭/୪୩ମି ରୁ ଘ୯/୧୯ମି ମଧ୍ୟେ,ଘ୩/୪୩ମିରୁ ଘ୪/୩୧ମି ପର୍ଯ୍ୟନ୍ତ,(ମାହେନ୍ଦ୍ରବେଳା) ରାତ୍ରି ଘ୧୦/୫୫ମି ରୁ ଘ୧୧/୪୩ମି ମଧ୍ୟେ,ଘ୪/୩୦ମି ରୁ ରାତ୍ରିଶେଷ ଘ୫/୩୦ମି ପର୍ଯ୍ୟନ୍ତ,ପୁଷ୍କରଦୋଷ-ମୃତବ୍ୟକ୍ତିଙ୍କ ସନ୍ଧ୍ୟା ଘ୬/୩୬ମି ମଧ୍ୟେ ୧ପାଦ ତିଥି ପୁଷ୍କରଦୋଷ। ଫଳଂ ଗୋପଶୁ ସମ୍ପଦରବିନାଶ।ଅନ୍ନବସ୍ତ୍ର ଦାନ,ଏବଂ ରାତ୍ରି ଘ୪/୨ମି ପରେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ । ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ, ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତି ବିଧେୟ,ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୪/୨ମି ମଧ୍ୟେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା,ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ।ଶାନ୍ତି କରଣୀୟ । ରଜଶ୍ଚକ୍ରେ ସୁଭଗା,ଶୁଭକର୍ମ- ଅଦ୍ୟ ୧୧ନକ୍ଷତ୍ରେ ନୌକାଗଠନ, ଚାଳନ ଓ ଯାତ୍ରା, ବାଣିଜ୍ୟ କରଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ(ରାଧାରମଣ) । ପୂର୍ବାଫାଲ୍ଡୁନୀ ନକ୍ଷତ୍ରେ ନାମକରଣ, ନୌକାଗଠନ ଓ ଯାତ୍ରା, ବୃକ୍ଷରୋପଣ, ହଳପ୍ରବାହ ଓ ବୀଜବପନ,ରାତ୍ରି ଘ/୩୨ମିଗଣେଶ ଗତେ କ୍ରୟବାଣିଜ୍ୟ କରଣ, ନବଦୋଳାଦ୍ୟାରୋହଣ,ଅଳଙ୍କାରଧାରଣ, ଦେବତାଗଠନ । (ଅରୁଣୋଦୟ) । ପୂର୍ବାଫାଲ୍ଗୁନୀ ନକ୍ଷତ୍ରେ ହଳପ୍ରବାହ ଓ ବୀଜବପନ, ବୃକ୍ଷରୋପଣ, ଦୂରଯାତ୍ରା, ଏବଂ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରେ ରାତ୍ର ନିଷେକ । (ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ) ।
🐐ମେଷ👉ଆଜି କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଯାତ୍ରା କିମ୍ବା କଠୋରପରିଶ୍ରମ ଜନିତ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ସାମାଜିକ ସ୍ତରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ବହୁତ ଚେଷ୍ଟା କଲେ ମଧ୍ୟ ପାରିବାରିକ ସ୍ଥିତିରେ କୈାଣସି ପରିବର୍ତ୍ତନ ଘଟିବ ନାହିଁ।
🐂ବୃଷ👉କର୍ମକ୍ଷେତ୍ରରେ ବିଭିନ୍ନ ଝମେଲା କାରଣରୁ ମନ ଭଲ ରହିବନାହିଁ। ବାଣିଜ୍ୟ,ପରିବହନ, ପ୍ରଶାସନ ତଥା ପ୍ରକାଶନକ୍ଷେତ୍ରରେ ଶୁଭଫଳ ପାଇବେ। ବନ୍ଧୁଙ୍କ ପ୍ରତି ସ୍ନେହ,ଶ୍ରଦ୍ଧାପ୍ରଦର୍ଶନ କରି ପ୍ରଶଂସିତ ହୋଇପାରନ୍ତି।ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କରହନ୍ତୁ,ନତୁବା ହଜି ଯିବାର ସମ୍ଭାବନା ରହିଛି।
👩‍❤️‍👨 ମିଥୁନ👉ବନ୍ଧୁମାନଙ୍କ ସାହାଯ୍ୟରେ ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇଯିବ। ପାରିବାରିକ ଦ୍ୱନ୍ଦ୍ୱରେ ଓଲଟାବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି ।ଆର୍ଥିକ ପରିସ୍ଥିତି ବଦଳାଇବାପାଇଁ କିମ୍ବା କିଛି କରିବା ସକାଶେ ବଳାଇ କର୍ମମୁଖର ହେବେ।କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢିଚାଲିବ।
🦀କର୍କଟ👉କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେମିତି କିଛି ହେବନି। ଶିଳ୍ପ,ବ୍ୟବସାୟ ଓ ବାଣିଜ୍ୟ,ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।ପାରିବାରିକ ଜୀବନରେ ବୁଝାମଣାରେ କିଛିଟା ବ୍ୟତିକ୍ରମ ଦେଖାଦେବ।ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ସାମୟିକ ଚିନ୍ତିତ ରହିବେ।
🦁 ସିଂହ👉ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ, କିନ୍ତୁ ପରିଶେଷରେ ସାମାନ୍ୟ ଆଶ୍ୱସ୍ଥି ଲଭିବେ।ବନ୍ଧୁଙ୍କ ନିମନ୍ତ୍ରଣପାଇ ଦୂରଯାତ୍ରା କରିବାକୁ ପଡିପାରେ। ଦେହ ଭଲରହିବ,ମାତ୍ର କଠିନପରିଶ୍ରମ ଜନିତ କ୍ଳାନ୍ତିବୋଧ କରିବେ।ଆଇନ,ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱତା,ପ୍ରତି ଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
🧕କନ୍ୟା👉ବନ୍ଧୁଙ୍କ ଅନୁରୋଧରେ ନୂଆ କାମଟିଏ ସକାଶେ ମନ ବଳାଇବେ। ଖଳ ଲୋକଙ୍କ କଥାରେ ପଡି ଭୁଲ ମାର୍ଗର ଅନୁସରଣ କରି ହଇରାଣ ହେବାକୁ ପଡିପାରେ। ହଠାତ୍‍ ଜଣେ ସହକର୍ମୀଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ମାଲିମକଦ୍ଦମା,ତର୍କବିତର୍କ,ସଭାସମିତି,ସଂଗଠନ,ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
⚖️ତୁଳା👉ବନ୍ଧୁଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ଖୁସି ରହିବେ। ଭଲ ସମ୍ପର୍କ ରହି ନ ଥିବା ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତି, କ୍ରୀଡ଼ା,ଚଳଚ୍ଚିତ୍ର,ସାହିତ୍ୟ,ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।ପଡୋଶୀଙ୍କ ସାହାଯ୍ୟରୁ ଅର୍ଥଲାଭ ଓ ବନ୍ଧୁ ମିଳନ ଅବଶ୍ୟ ଘଟିବ।
🦂ବିଛା👉ଦୀର୍ଘଦିନର ଅଭିଳାଷ ପୂରଣ ହେବ। ଆଲୋଚନା ପରିସରରେ ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗିପାରନ୍ତି।କଳା,ସାହିତ୍ୟ,ପ୍ରକାଶନ, ସାମ୍ବାଦିକତା, ରାଜନୀତି,ସଂଗଠନ,କ୍ରୀଡା,ଚଳଚ୍ଚିତ୍ର,ସମସ୍ୟାର ସମାଧାନରେ ସଫଳ ହେବେ।
🏹ଧନୁ👉ଅସମର୍ଥିତ ସୂତ୍ରରୁ ଭୁଲଖବର ପାଇ ବିବ୍ରତ ହୋଇପାରନ୍ତି,ଚେଷ୍ଟା କରୁଥିବା ବନ୍ଧୁଙ୍କ ଜରିଆରେ ଅପରାହ୍ନରେ ଅର୍ଥ ଓ ସମ୍ମାନ ଲାଭ ହେବ। ଯାନ ବାହନରେ ଯାତ୍ରାକରିବା ସମରେ ଅନ୍ୟମନସ୍କତା ପରିହାରକରିବା ଭଲ ହେବ। ପାରିବାରିକ ସ୍ତରରେ ପାଷ୍ପରିକ ବୁଝାମଣାହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
🐊ମକର👉ପାରିବାରିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବନାହିଁ,ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ ନ କଲେ କଳହର ସମ୍ମୁଖୀନ ହୋଇପାରନ୍ତି।ବନ୍ଧୁଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। କଳା,ସାହିତ୍ୟ,ସାମ୍ବାଦିକତା,କାରବାର ଏଜେନ୍ସିରେ ଲାଭବାନ୍‍ ହେବେ।
🏺କୁମ୍ଭ👉ଆପଣଙ୍କୁ ସାହାଯ୍ୟ କରିବାକୁ ଯାଇ ବନ୍ଧୁ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିପାରନ୍ତି। ବାବାଦୀୟ ଘଟଣା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ବହୁତ ଲାଭପାଇବେ।ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ।
🐟ମୀନ👉ପାରିବାରିକସ୍ତରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିରେ ସାମ୍ୟତା ଆଣିପାରିବେ।ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।କଳା,ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର,ନିର୍ମାଣ,ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲକରିବେ।ପିଲାମାନଙ୍କ ବିଶୃଙ୍ଖଳା ସକାଶେ ବିଶେଷ ବ୍ୟସ୍ତ ରହିବେ।
*🕉️ନୀତି ବାଣୀ🕉️
ଯେତେବି ଖରାପପରିସ୍ଥିତି ହେଉ ପଛେ,ଜୀବନରେ କେବେ ହାର ମାନନ୍ତୁନାହିଁ।କିଏ ଜାଣେ ଏହି ବିକଟ ପରିସ୍ଥିତିରେ ହିଁ ଆପଣଙ୍କର ଏକ ଆରମ୍ଭ ଲୁଚି ରହିଥାଇପାରେ।
କେବଳ ଦିମୁଠା ଭାତ କି ଦିହାତ ଶାଢୀପାଇଁ ଅନ୍ୟ ହାତକୁଟେକି ନଦେଇ, ଝିଅଟିକୁ ଉପଯୁକ୍ତ ଶିକ୍ଷାଦିଅନ୍ତୁ।ଯେପରି ଖାଦ୍ୟ,ବସ୍ତ୍ର ଓ ବାସଗୃହ ସେ ନିଜେ କରିପାରିବ।ତେବେ ଯାଇ ନାରୀ ମୁକ୍ତି ପାଇବ।
ସନ୍ତାନ ମାତାଙ୍କ ପୁଣ୍ୟବଳରୁ ଶୀଳବାନ,ପିତାଙ୍କ ପୁଣ୍ୟବଳରୁ ବୁଦ୍ଧିମାନ, କୁଳର ପୁଣ୍ୟରୁ ଉଦାର ଓ ନିଜ ପୁଣ୍ଯବଳରୁ ଐଶ୍ବର୍ଯ୍ଯଶାଳୀ ହୁଏ।ଏଣୁ ସବୁବେଳେ ସତକର୍ମ କରଣୀୟ।
ରାଗରେ ଆମେ ଅନେକ ସମୟରେ ଅନ୍ୟକୁ କଟୁବଚନ କହି ଭୁଲିଯାଆନ୍ତି। କିନ୍ତୁ ଶୁଣିବା ଲୋକ ଶେଷନିଃଶ୍ୱାସ ପର୍ଯ୍ୟନ୍ତ ଏସବୁ ଭୁଲି ପାରେନାହିଁ। ତେଣୁ କହିବାପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ, ଏହା ଉଚିତ୍ କି ଅନୁଚିତ।

- Advertisement -

Leave A Reply

Your email address will not be published.