ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୨୩ତାରିଖ,ରବିବାର,ଶ୍ରୀମନ୍ଦିରେ ଓ ଶ୍ରୀକ୍ଷେତ୍ରରେ ସପ୍ତଦିନାତ୍ମକ ଝୁଲଣଯାତ୍ରା ଆରମ୍ଭ,ଶ୍ରୀମନ୍ଦିରେ ଓ ସ୍ମାର୍ତ୍ତସମ୍ମତ ପୁତ୍ରଦା ଏକାଦଶ୍ୟୁପବାସ ଶ୍ରୀଜୀଉଙ୍କ ପବିତ୍ରାଧିବାସ,ଅଦ୍ୟ ରବି ନାରାୟଣ ବ୍ରତ,ଋତୁ- ବର୍ଷାଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୩୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୬/୩୩ଶ୍ରାବଣ ମାସ, ଶୁକ୍ଳପକ୍ଷ,ଆଦିତ୍ୟବାସ,ତିଥି- ଏକାଦଶୀ ରାତ୍ରି ଘ୪/୧୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ନକ୍ଷତ୍ର-ମୂଳାନକ୍ଷତ୍ର ସନ୍ଧ୍ୟା ଘ୬/୨୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ନକ୍ଷତ୍ର,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟ କୋଣରେ,ରାତ୍ରି ଘ୪/୧୨ମିପରେ ନୈର୍ଋତକୋଣରେ ।ଅଗନ୍ତବ୍ୟତିଥି,ବିଷ୍ଟିକରଣ ଓ ପାପସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ,ମିଥୁନ,କର୍କଟ, ସିଂହ, ବିଛା,ଧନୁ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ।ଘାତବାର-ମେଷ ରାଶିର ଘାତବାର।ତାରାଶୁଦ୍ଧି-୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ସନ୍ଧ୍ୟା ଘ୬/୨୧ମି ପରେ ୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ-ଶିମ୍ବିକା(ଶମ୍ବ)/ଆମିଷ, ରାତ୍ରି ଘ୪/୧୨ମିପରେ ପୂତିକା(ପୋଇଶାଗ)/ମସୁରଭକ୍ଷଣ ନିଷେଧ ।
ଅଶୁଭବେଳା-(ବାର ଓ କାଳବେଳା) ଦିବା ଘ୧୦/୯ମି ରୁ ଘ୧/୧୯ମି ପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୧/୧୪ମି ରୁ ଘ୨/୪୧ମି ପର୍ଯ୍ୟନ୍ତ।ଶୁଭ ବେଳା-(ଅମୃତବେଳା) ଦିବା ଘ୬/୨୨ମି ରୁ ଘ୯/୩୪ମି ମଧ୍ୟେ, ରାତ୍ରି ଘ୭/୩୬ମି ରୁ ଘ୯/୧୨ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ସୂର୍ଯ୍ୟୋଦୟ ଘ୫/୩୩ମି ରୁ ଘ୬/୨୨ମି ମଧ୍ୟେ,ଘ୧୨/୪୬ମି ରୁ ଘ୧/୩୪ମି ମଧ୍ୟେ, ରାତ୍ରି ଘ୬/୪୮ମି ରୁ ଘ୭/୨୬ମି ମଧ୍ୟେ,ଘ୧୨/୨୪ମି ରୁ ଘ୩/୩୬ମିପର୍ଯ୍ୟନ୍ତ,ପୁଷ୍କରଦୋଷ- ମୃତ ବ୍ୟକ୍ତିଙ୍କ ୧ପାଦ ବାର ପୁଷ୍କରଦୋଷ,ଫଳଂ କୃଷିହାନି ଓ ଭୂମିଦାନ । ରାତ୍ରି ଘ୪/୧୨ମି ପରେ ୨ପାଦବାର ଓ ତିଥି ପୁଷ୍କରଦୋଷ, ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ,ଭୂମି ଓ ଅନ୍ନବସ୍ତ୍ର ଦାନସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ କନ୍ୟାର ସନ୍ଧ୍ୟା ଘ୬/୨୧ମି ପରେ ସାତମାସ ଗଣ୍ଡଦୋଷ, ଫଳଂ ସ୍ତ୍ରୀବିଧବା,ପୀତବସ୍ତ୍ର,ତିଳସୁବର୍ଣ୍ଣ, ତଣ୍ଡୁଳଦାନ,ଶାନ୍ତି କରଣୀୟ। ରଜଶ୍ଚକ୍ରେ ପୁତ୍ରିଣୀ,ବାର ଓ ତିଥିଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ରାତ୍ରି ଘ୪/୧୨ମିଗତେ ବାରଦୋଷ ହେତୁ(ଶିବଙ୍କଠାରେ ଜଳାଭିଷେକ)ଶୁଭକର୍ମ-ନାସ୍ତି
🐐ମେଷ👉ଆଜିରଯାତ୍ରା,ବନ୍ଧୁ ସମ୍ପର୍କ,ବାଣିଜ୍ୟକ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନକରି ପଡୋଶୀ ଲୋକଟିକୁ ସାହାଯ୍ୟ କରି ପ୍ରଶଂସିତ ହେବେ।ପୂର୍ବ ନିର୍ଦ୍ଧାରିତ କର୍ମାରମ୍ଭ ପ୍ରୀତିପଦ ହେବ।କଳା, ସାହିତ୍ୟ, ସାମ୍ବାଦିକତା,ସଭାସମିତି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଆଦର, ସମ୍ମାନ ପାଇବେ।
🐂ବୃଷ👉କର୍ମକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ସୁଅ ଆପଣାଛାଏଁ ମାଡି ଆସିବ। ଅପେକ୍ଷା କରିଥିବା କାମରେ ନାସ୍ତିସୂଚକ ସୂଚନା ପାଇଲେ ମଧ୍ୟ କାମ କରି ଚାଲନ୍ତୁ,କୃତକାର୍ଯ୍ୟ ହେବେ,ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସରୁ ଦୂରେଇ ରହିବାକୁ ବାଧ୍ୟ ହେବେ।ନିଜର କୃତି ଓ କୃତିତ୍ୱ ହେତୁ ବନ୍ଧୁମହଲରେ ସମ୍ମାନିତ ହେବେ।
👩‍❤️‍👨 ମିଥୁନ👉ଅଟକି ରହିଥିବା କାମଟି ବନ୍ଧୁଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରାଇବାରେ ସମର୍ଥ ହେବେ।କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଆନୁଷ୍ଠାନିକ କାମରେ ପୁରସ୍କୃତ ହେବାର ସୌଭାଗ୍ୟ ଜୁଟିବ, ଯାହାକି ଆଦୌ ଆଶା କରି ନଥିବେ। ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।
🦀କର୍କଟ👉କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟସାଧନ ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସାଧାରଣ କଥାରେ ବନ୍ଧୁମାନଙ୍କ ସହ ମତାନ୍ତର ଓ କଳହ ଘଟିବାର ସମ୍ଭାବନା ରହିଛି।ଅସମର୍ଥିତ ସୂତ୍ରରୁ କୌଣସିଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କ୍ରୀଡ଼ା,ସାହିତ୍ୟ,ପ୍ରକାଶନ, ଆଇନ, ସଭାସମିତିରେ ଲକ୍ଷ୍ୟ ପୂରଣ ହେବ।
🦁 ସିଂହ👉ପ୍ରତ୍ୟେକ ସ୍ତରରେ ନିଜକୁ ସୁହାଇଲା ଭଳି କଥା କହିଲେ ମଧ୍ୟ ଅନ୍ୟମାନେ ଗ୍ରହଣ କରିପାରିବେ ନାହିଁ।ଉପରିସ୍ଥ କର୍ମଚାରୀଙ୍କ ଅନୁକମ୍ପା ଲାଭକରି ବିଭିନ୍ନ ପ୍ରତିବନ୍ଧକକୁ ଦୂରେଇଦେବେ। ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ଅଶାନ୍ତିକର ପରିସ୍ଥିତି ସୃଷ୍ଟିହେବାର ସୂଚନା ରହିଛି।ମାନସିକ ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ ସାମାନ୍ୟ ଆଳସ୍ୟ ବୋଧ କରିପାରନ୍ତି।
🧕କନ୍ୟା👉ଆବଶ୍ୟକତା ପୂରଣ ସକାଶେ ଅର୍ଥଲାଭ ସାଙ୍ଗକୁ ସମସ୍ୟା ସମାଧାନ ସକାଶେ ପ୍ରଯନତ୍ କରିପାରନ୍ତି।ବନ୍ଧୁଙ୍କକଥାକୁ ପ୍ରାଧାନ୍ୟ ଦେଇ କାମ କରିବା ଠିକ୍‌ହେବ।ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦେଖାଦେଇ ପାରେ।ଜମିଜମା ସୀମାବିବାଦ,ଗୃହନିର୍ମାଣ,ଜମିକିଣାବିକା, ଗାଡିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ।
⚖️ତୁଳା👉ପୂର୍ବ ସମସ୍ୟାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ମନ ଭଲ ଲାଗିବ ନାହିଁ। ବନ୍ଧୁଙ୍କ ନିକଟରୁ ବିଭ୍ରାନ୍ତିକରଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।ଅବଶ୍ୟ ହିତୈଷୀ କିମ୍ବା ସହକର୍ମୀଙ୍କ ପରାମର୍ଶରେ ସାମୟିକ ସାନ୍ତ୍ବନା ମିଳିବ।ଗତ କିଛିଦିନ ହେଲା କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହୋଇପାରେ।
🦂ବିଛା👉କେତେକ ଅପୂରଣୀୟକାର୍ଯ୍ୟ ସକାଶେ ମନରେ ଭାବାନ୍ତର ସୃଷ୍ଟି ହେବ। ଯେତେ ଚେଷ୍ଟାକଲେ ମଧ୍ୟ ଯୋଜନା କାର୍ଯ୍ୟକାରୀ କଷ୍ଟକର ହେବ। ପ୍ରତିହିଂସା ପରାୟଣ ହୋଇ କିମ୍ବା ଜିଦ୍‌ରେ ଅଟଳରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ଅଭାବ ନଥିଲେ ମଧ୍ୟ କେତେକ ଅନଚ୍ଛାକୃତ କାରଣକୁ ନେଇ ମନ ଭଲ ରହିବ ନାହିଁ।
🏹ଧନୁ👉ଆନୁଷଙ୍ଗିକ ସାହାଯ୍ୟ ଓ ପ୍ରେରଣା ଲାଭକରି ପ୍ରତ୍ୟେକ କାମରେ ଆଶାନୁରୂପକ ସଫଳତା ହାସଲ କରିବେ।ନିଜଲୋକ ଦୂରେଇ ଯିବାରୁ ମଧ୍ୟ ମନଟା ଭଲ ଲାଗିବ ନାହିଁ।ନିଜର କୃତି ଓ କୃତିତ୍ୱ ସକାଶେ ସଭାସମିତିରେ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।ବିବାଦୀୟ ଘଟଣାରେ ନୀରବ ରହିବା ଆପଣଙ୍କ ସକାଶେ ଭଲ ହେବ।
🐊ମକର👉କର୍ମକ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡିବ।ଆନୁଷ୍ଠାନିକକାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରିବେ।ଈର୍ଷାପରାୟଣ ବନ୍ଧୁମାନଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ।ସ୍ବାର୍ଥସାଧନର କ୍ଷୀଣଆଶା ଦେଖି ଆମତ୍ୀୟସ୍ବଜନ ଦୂରେଇ ଯାଇପାରନ୍ତି।
🏺କୁମ୍ଭ👉ଆଜି ପ୍ରତ୍ୟେକକ୍ଷେତ୍ରରେ ସତର୍କ ନରହିଲେ ଆକସ୍ମିକ ସମସ୍ୟାରେ ଛନ୍ଦି ହୋଇପାରନ୍ତି।ଶତ୍ରୁତା କରୁଥିବାଲୋକ ବିଶେଷ କିଛି ଅସୁବିଧା କରିପାରିବେନାହିଁ।ଯେତେ ଭଲକାମ କଲେ ମଧ୍ୟ ଅନ୍ୟମାନେ ଦୋଷଖୋଜି ବୁଲିବେ।ଆଜିର ଯାତ୍ରା,ପ୍ରଶାସନ,ଆଇନ,କଳା,ସାହିତ୍ୟରୁ ପ୍ରଶଂସିତ ହେବେ।
🐟ମୀନ👉ଆଶା କରୁଥିବା ବନ୍ଧୁଙ୍କଠାରୁସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।ଆଜିରଯାତ୍ରା ସମୟରେ ଅଜଣାବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ପାରିବାରିକକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟିହେବ।ପରିବାରର ଆବଶ୍ୟକତାକୁ ଅନୁଭବକରି ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
🕉️ନୀତିବାଣୀ🕉️
କାହାର ହ୍ରୁଦୟ ଭାଙ୍ଗି କ୍ଷମାମାଗିବା ବହୁତ ସହଜ।କିନ୍ତୁ ନିଜର ହ୍ରୁଦୟ ଭାଙ୍ଗିଲାପରେ ଅନ୍ୟକୁ କ୍ଷମାକରିବା ବହୁତ କଷ୍ଟ।ବିଶ୍ବାସ କରୁଥିବା ଲୋକକୁ ଧୋକା,ଭଲ ପାଉଥିବା ଲୋକକୁ ଘୃଣା,ସାହାଯ୍ୟ କରିଥିବା ଲୋକକୁ ଭୁଲିଯିବା,ଜଣେ ଅମଣିଷ ହି କରିପାରେ।
ପୂର୍ବାଭାଷ ଆଉ ବର୍ତ୍ତମାନ ସ୍ଥିତି ହୃଦେ ନଭାବି ନଚିନ୍ତି କୌଣସି କାର୍ଯ୍ୟରେ ହସ୍ତକ୍ଷେପକଲେ ହୋଇପାରେ ଆତ୍ମଘାତୀ।ଯାହା ଆମର ନୁହେଁ ତାହା କଦାପି ଆମକୁ ମିଳିବନାହିଁ ଯାହା ଆମକୁ ପାଇବାରଅଛି କେହି ଆମ ଠୁଁ ଦୂରେଇ ପାରିବେ ନାହିଁ !

- Advertisement -

Leave A Reply

Your email address will not be published.