ଆଜିର ରାଶିଫଳ

୨୦୨୬ ମସିହା, ଅକ୍ଟୋବର ମାସ, ୮ତାରିଖ, ଗୁରୁବାର ।ବାୟୁସେନା ଦିବସ ।ଋତୁ- ଶରତ ଋତୁର (ପ୍ରଥମ ମାସ)
ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୪୨/୩୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୨୬/୭,ଆଶ୍ୱିନ ମାସ, କୃଷ୍ଣପକ୍ଷ,ବୃହସ୍ପତି ବାସ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୯ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ନକ୍ଷତ୍ର ରାତ୍ରି ଘ୯/୫୩ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ।ଚନ୍ଦ୍ର- ସିଂହ ଚନ୍ଦ୍ର ରାତ୍ରି ଘ୩/୫୨ମି ପର୍ଯ୍ୟନ୍ତ ତଦନ୍ତେ କନ୍ୟା ଚନ୍ଦ୍ର ।ସୌର ଚଳନେ -କନ୍ୟା ଦିନ ୨୨ ।ଶୁକ୍ଳଯୋଗ ରାତ୍ରି ଘ୨/୫ମି ପର୍ଯ୍ୟନ୍ତ ତଦନ୍ତେ ବ୍ରହ୍ମଯୋଗ ।କରଣ- ଗରକରଣ ଦିବା ଘ୧୦/୪୩ମି ପର୍ଯ୍ୟନ୍ତ ତଦନ୍ତ ବାଣିଜ୍ୟକରଣ ରାତ୍ରି ଘ୧୦/୯ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ରାତ୍ରି ଘ୧୦/୯ମି ପରେ ପଶ୍ଚିମ ଦିଗରେ । ରିକ୍ତାତିଥି, ବିଷ୍ଟିକରଣ, ପାପମଧ୍ୟ ପରେ ପାପଯୁକ୍ତ, ଶନିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୩/୫୨ମି ପରେ ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-କର୍କଟ ଓ ମକର ରାଶିର ଏବଂ ରାତ୍ରି ଘ୩/୫୨ମିପରେ ବୃଷ ରାଶିର ଘାତଚନ୍ଦ୍ର ,ଘାତବାର-ତୁଳା ଓ କୁମ୍ଭ ରାଶିର ଘାତବାର।ତାରାଶୁଦ୍ଧି-୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୯/୫୩ମି ପରେ ୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ।ସାମ୍ବତ୍ସରିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ନିଷିଦ୍ଧଖାଦ୍ୟ- ବାର୍ତ୍ତାକୀ (ବାଇଗଣ), ରାତ୍ରି ଘ୧୦/୯ମି ପରେ ବ୍ରିହୀ (ବିରି) ଭକ୍ଷଣ ନିଷେଧ ।ଅଶୁଭ ବେଳା-(କାଳ ଓ ବାରବେଳା) ଦିବା ଘ୨/୩୧ମି ରୁ ଘ୫/୨୬ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୧୧/୩୩ମି ରୁ ଘ୧/୬ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୨୦ମି ମଧ୍ୟେ, ଘ୧/୪୫ମି ରୁ ଘ୩/୨୧ମି ମଧ୍ୟେ, ସନ୍ଧ୍ୟା ଘ୬/୮ମି ରୁ ରାତ୍ରି ଘ୯/୨୦ମି ମଧ୍ୟେ, ରାତ୍ରି ଘ୧୧/୪୪ମି ରୁ ଘ୨/୫୬ମି ମଧ୍ୟେ, ଘ୩/୪୪ମି ରୁ ନିଶାନ୍ତ ଘ୫/୨୦ମି ପର୍ଯ୍ୟନ୍ତ ।(ମାହେନ୍ଦ୍ରବେଳା) ନାହିଁ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ରାତ୍ରି ଘ୯/୫୩ମି ପରେ ୧ ପାଦ ନକ୍ଷତ୍ର ପୁଷ୍କର ଦୋଷ । ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ହାନି । ତିଳସୁବର୍ଣ୍ଣ ଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସୁଭଗା । ରାତ୍ରି ଘ୯/୫୩ମି ମଧ୍ୟେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା । ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ । ରାତ୍ରି ଘ୧୦/୯ମି ଗତେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ) ।ଶୁଭକର୍ମ- ନାହିଁ ।
🐐ମେଷ👉ଅପୂରଣୀୟ ଅଭିଳାଷ ମାନସିକ ଅସନ୍ତୋଷ ବୃଦ୍ଧି କରିବା ସହ ପୁରାତନ ରୋଗ ପୀଡ଼ା ଜନିତ ବିଷାଦିତ ରହିପାରନ୍ତି। ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇବେ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକ ସମସ୍ୟା ସୃଷ୍ଟି କରିବେ। ପାରିବାରିକ ଓ ଆନୁଷ୍ଠାନିକ ସ୍ଥିତି କୃତ୍ତିକା ନକ୍ଷତ୍ର ସକାଶେ ଠିକ୍‌ ରହିବ।
🐂ବୃଷ👉ଆପଣଙ୍କ ମନର ଶାନ୍ତ, ସରଳ ଧର୍ମୀୟଭାବନା ସାମାଜିକ ଜୀବନରେ ସହକର୍ମୀଙ୍କର ଦୃଷ୍ଟି ଆକର୍ଷଣ କରିବ। ଘରର ବରାଦ ଅନୁସାରେ ଅଳଙ୍କାର, ଔଷଧ ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ମୃଗଶିରାର କର୍ମ କ୍ଷେତ୍ରରେ ଅନ୍ୟମନସ୍କ ହେତୁ ବ୍ୟତିକ୍ରମ ପରିଲକ୍ଷିତ ହେବ। ବନ୍ଧୁଙ୍କ ବାଧ୍ୟବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
👩‍❤️‍👨 ମିଥୁନ👉ଆର୍ଥିକ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କର୍ମ ଓ ପାରିବାରିିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ। କର୍ମ କ୍ଷେତ୍ରରେ ସହକର୍ମୀ ଏବଂ ଅଧସ୍ତନ ମାନେ ଆପଣଙ୍କ କାର୍ଯ୍ୟା ବଳୀର ଭୂୟସୀ ପ୍ରଶଂସା କରିପାରନ୍ତି।ପ୍ରକାଶନ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରହେବ। ପୁନର୍ବସୁର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ।
🦀କର୍କଟ👉ଆଜି କର୍ମଜଞ୍ଜାଳ ମଧ୍ୟରେ ଘରର ବରାଦ ଅନୁଯାୟୀ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଭୁଲିଯିବେ। ପୁଷ୍ୟା ନକ୍ଷତ୍ର କର୍ମ କ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶା ନୁଯାୟୀ ନୂତନ ଦାୟିତ୍ୱ ହାତକୁ ନେବେ। ରୋଗପୀଡ଼ାରେ କଷ୍ଟ ସାମାନ୍ୟ ଲାଘବ ହୋଇଯିବ। ଆପଣ କଥା ଦେଇ ପ୍ରତିଶ୍ରୁତି ପାଳନ ନ କରିବା କାରଣରୁ ବନ୍ଧୁ ଅଭିମାନ କରିପାରନ୍ତି।
🦁 ସିଂହ👉ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ବନ୍ଧୁଙ୍କ ମାଧ୍ୟମରେ କାମ ହାସଲ କରିବେ। ସାହିତ୍ୟ, ସାମ୍ବାଦିକତା, ସଭାସମିତି, ଗବେଷଣା ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ବ୍ୟବସାୟ, ନିର୍ମାଣ ଓ ପରିବହନରେ ଉଚ୍ଚ ଫଳ ପ୍ରାପ୍ତି ହେବ। ମଘା ନକ୍ଷତ୍ରର ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
🧕କନ୍ୟା👉ଆଜି ଦୀର୍ଘ ଦିନର ଆଶା ପୂରଣ ସକାଶେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଯାନବାହନ, ବିବାଦୀୟ ସ୍ଥାନ, ଏକାକୀ ଯାତ୍ରାରୁ ଦୂରେଇ ରହିବା ଭଲ। ହସ୍ତା ନକ୍ଷତ୍ର କାରିଗରି, ସାହିତ୍ୟ, ସଙ୍ଗୀତାଦିରେ ସୁନାମ ଅର୍ଜିବେ।
⚖️ତୁଳା👉କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବିଶାଖା ନକ୍ଷତ୍ର ଉପରିସ୍ଥଙ୍କ ନିର୍ଦ୍ଦେଶାନୁସାରେ କଠିନ ଶ୍ରମ ସାଙ୍ଗକୁ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିବେ। ସହକର୍ମୀଙ୍କ ସହଯୋଗ ଅଭାବରୁ ମନ ଭଲ ଲାଗି ନ ପାରେ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
🦂ବିଛା👉ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ଚେଷ୍ଟା କରିପାରିଲେ ଉପକୃତ ହେବେ। ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଅନୁରାଧା ନକ୍ଷତ୍ର ସକାଶେ ବିଗତ ଦିନର ଘଟଣା ସକାଶେ ଟେନସନ୍‌ ବଢ଼ିପାରେ। ମକଦ୍ଦମା, ଜମିଜମା, ନିର୍ମାଣ, ଆନୁଷ୍ଠାନିକ କାମରେ ସୁଫଳ ପାଇବେ।
🏹ଧନୁ👉କର୍ମକ୍ଷେତ୍ରର ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେପରି କିଛି ହେବ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିଦ୍ୱନ୍ଦ୍ୱିତାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁଙ୍କ ସହ ନୂତନ ସ୍ଥାନ ଭ୍ରମଣ ସାଙ୍ଗକୁ ମୂଲ୍ୟବାନ୍‌ ଜିନିଷ କ୍ରୟ କରିପାରନ୍ତି। ଅର୍ଥ ଓ ସମ୍ମାନ ମିଳିବା ସହ ବ୍ୟବସାୟିକ ଉନ୍ନତି କରିବେ।
🐊ମକର👉ଆଜି ଆପଣ ବନ୍ଧୁମାନଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ମନସ୍ଥ କରିପାରନ୍ତି। ଶ୍ରବଣା ନକ୍ଷତ୍ର ସକାଶେ ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ସଭାସମିତି, ଆଲୋଚନାଚକ୍ର, ନିର୍ମାଣ, ପରିବହନ, ପ୍ରକାଶନ କ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ।
🏺କୁମ୍ଭ👉ସହକର୍ମୀ ଆପଣଙ୍କ ମାଧ୍ୟମରେ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ମଧ୍ୟ ସହଜରେ କାମ ହାସଲ ହେବା କଷ୍ଟକର ହୋଇପାରେ। ଶତଭିଷା ନକ୍ଷତ୍ର ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ଆଗ୍ରହ ପ୍ରକାଶ କରିବେ। ବାଣିଜ୍ୟ, ବ୍ୟବସାୟ , ପରିବହନରେ ସମସ୍ୟା ସମାଧାନ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ।
🐟ମୀନ👉ଆଜି ଦିନ ଭିତରେ ଯାହା କରନ୍ତୁନା କାହିଁକି କୌଣସି ଅସୁବିଧା ନ ହୋଇ କାମଟି ନିର୍ବିଘ୍ନରେ ସମାପନ ହୋଇପାରିବ। ସବୁ ଭଲ ଥିଲେ ମଧ୍ୟ ପାରିବାରିକ ସମସ୍ୟା ସମାଧାନର ଚିନ୍ତାରେ ଦୁର୍ଭାବନା ବଢ଼ିପାରେ। କାର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ। ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ।
🕉️ନୀତିବାଣୀ🕉️
ବିଶ୍ବାସ ଜନ୍ମାଇ ଆପଣାର ଭାବ
ଦେଖାଏ ସ୍ବଭାବେ ତାର ,
ହେଲେ ଖୋଜୁଥାଏ ସୁଯୋଗ କିପରି
ଉଣ୍ଡିବ ସ୍ବାର୍ଥେ ତାହାର ।
ସୃଷ୍ଟି ରଚନା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତା’ହେଲେ ବୁଢିଆଣୀଠାରୁ ଶିଖି ପାରିବେ।ଯଦି କୈାଣସି ସ୍ଥାନରେ ପତିପତ୍ନୀ କିମ୍ବା ବାପ ପୁଅଙ୍କ ମଧ୍ୟରେ କଳହ ଲାଗିଛି ତେବେ ସେ ସ୍ଥାନରେ କେବେ ବି ସାକ୍ଷୀ ହେବେନାହିଁଁ ।ଅସୁବିଧାରେ ପଡିବାରେ ସମ୍ଭାବନା ଅଛି ।ନିଜ Dreamକୁ ପାଇବାକୁ ହେଲେ ଖାଲି Dream ଦେଖିଲେ ହେବନାହିଁଁ । Dream ପଛରେ ପାଗଳହେବାକୁ ପଡ଼ିବ।

- Advertisement -

Leave A Reply

Your email address will not be published.