କାଲି ସକାଳ ୬ରୁ ସନ୍ଧ୍ୟା ୬ ଓଡ଼ିଶା ବନ୍ଦ

ଭୁବନେଶ୍ୱର,୭।୧୦(ଏସଏସନିଉଜ)କାଲି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି।INDIA ବ୍ଲକ୍‌ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଙ୍କ ଆହ୍ବାନ।ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ପାଇଁ କଲେ ଅପିଲ୍‌।ଘରୋଇ ବସ୍‌, ଟ୍ରକ୍‌ ଓ ଟ୍ୟାକ୍ସି ଆସୋସିଏନ୍‌କୁ ବନ୍ଦ ପାଇଁ ଅପିଲ କଲେ।ଜରୁରୀ ସେବାକୁ ବନ୍ଦ ପାଳନ ବେଳେ ବାଦ ଦିଆଯିବ ବୋଲି କହିଲେ ସାଲୁଜା।ଯେଉଁ ସ୍କୁଲ୍‌ରେ ପରୀକ୍ଷା ଅଛି, ସେମାନଙ୍କୁ ବନ୍ଦ୍‌ରୁ ବାଦ୍‌ ଦିଆଯିବ କହିଲେ।CEC ଜ୍ଞାନେଶ କୁମାରଙ୍କ ଇସ୍ତଫା, ବହିତ୍ରୁଟି, MMDR ଆଦି ପ୍ରମୁଖ ପ୍ରସଙ୍ଗ ରହିଛି ବୋଲି ସୂଚନା ଦେଲେ।

- Advertisement -

Leave A Reply

Your email address will not be published.