ଆଜିର ରାଶିଫଳ

ଘରେ ବନାନ୍ତୁ ସ୍ୱାସ୍ଥ୍ୟକର କଞ୍ଚା ହଳଦୀର ଔଷଧୀୟ ଆଚାର.....

ଅକ୍ଟୋବରମାସ ୨୭ତାରିଖ ୨୦୨୬ମସିହା (ମଙ୍ଗଳବାର) କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ଦିବା ଘ୦୭/୧୨ ଗତେ ଦ୍ୱିତୀୟା,ନକ୍ଷତ୍ର- ଦ୍ୱିଜା ଦିବା ଘ୦୪/୩୦ ଗତେ କୁର୍ତ୍ତିକା,ସୂର୍ୟୋଦୟ- ପ୍ରାତଃ ଘ୦୫/୫୦/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୩୪,ଯୋଗିନୀ ପୂର୍ବେ ଦିବା ଘ୦୭/୧୨ ଗତେ ଉତ୍ତରେ,ମେଷରାଶିର ଘାତଚନ୍ଦ୍ର,ମକର ରାଶିର ର ଘାତବାର,ଦ୍ୱିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କାଳବେଳା-ଦିବା ଘ୦୧/୩୦ ଗତେ ଘ୦୨/୫୮ ମଧ୍ୟେ,ବାରବେଳା -ଦିବା ଘ୦୭/୧୫ ଗତେ ଘ୦୮/୪୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୮ ମଧ୍ୟେ ଓ ଘ୦୮/୪୫ ଗତେ ଘ୧୧/୦୩ ମଧ୍ୟେ ଓ ରାତ୍ରି ଘ୦୭/୩୯ ଗତେ ଘ୦୭/୨୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୬/୧୯ ଗତେ ଘ୦୭/୩୭ ମଧ୍ୟେ,ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ।
ମେଷ- ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ।ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।

ମିଥୁନ-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ । ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।
କର୍କଟ-ଆଜି ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହି ପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
ସିଂହ-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
କନ୍ୟା-ଆଜି ବାଣିଜ୍ୟ, ବ୍ୟବସାୟ, ଚେଷ୍ଟା କରୁଥିବା କାମରେ ଶୁଭଫଳ ପାଇବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାକୁ ସମୟ ପାଇବେ ନାହିଁ । ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।

ତୁଳା-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନା କ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା,ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ବିଛା-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ । କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
ଧନୁ-ଆଜି ମାନସିକ ଅସ୍ଥିରତା ଲାଗି ରହିବ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ମକର-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବ ନାହିଁ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
କୁମ୍ଭ-ଆଜି ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ମୀନ-ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।

ଘରେ ବନାନ୍ତୁ ସ୍ୱାସ୍ଥ୍ୟକର କଞ୍ଚା ହଳଦୀର ଔଷଧୀୟ ଆଚାର…..
ଶୀତଦିନ ଆସିବା ମାତ୍ରେ ବଜାରରେ କଞ୍ଚାହଳଦୀ ଦେଖିବାକୁ ମିଳିଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଏବଂ ଗଣ୍ଠି ଯନ୍ତ୍ରଣା ଦୂର କରିବାରେ ହଳଦୀ ଅତ୍ୟନ୍ତ ଲାଭଦାୟକ । ସାଧାରଣତଃ ଆଚାର ପ୍ରସ୍ତୁତ କରିବା ସମୟରେ ବହୁ ପରିମାଣର ତେଲ ଏବଂ ମସଲା ବ୍ୟବହାର କରାଯାଏ, କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ସ୍ୱାସ୍ଥ୍ୟକର ରେସିପି ନେଇଆସିଛୁ, ଯେଉଁଥିରେ ଆପଣ ବିନା ତେଲ ଏବଂ ବିନା ମସଲାରେ ସୁସ୍ୱାଦୁ କଞ୍ଚା ହଳଦୀର ଆଚାର ପ୍ରସ୍ତୁତ କରି ପାରିବେ।ଏହା ମାସ ମାସ ପର୍ଯ୍ୟନ୍ତ ଖରାପ ହୁଏ ନାହିଁ।
ଆଚାର ପାଇଁ ଆବଶ୍ୟକୀୟ ସାମଗ୍ରୀ:-
କଞ୍ଚା ହଳଦୀ:-୨୫୦ ଗ୍ରାମ
ଲେମ୍ବୁ ରସ:-୩ରୁ ୪ଟି ବଡ଼ ଲେମ୍ବୁର ରସ
ଅଦା:-୫୦ ଗ୍ରାମ
ଲୁଣ:-ସ୍ୱାଦ ଅନୁସାରେ
କଞ୍ଚାଲଙ୍କା :-୪-୫ଟି
ପ୍ରସ୍ତୁତି ପ୍ରଣାଳୀ:-
୧. ପରିଷ୍କାର କରିବା: ସବୁଠୁ ପ୍ରଥମେ କଞ୍ଚା ହଳଦୀ ଏବଂ ଅଦାକୁ ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ, ଯେପରି ସେଥିରେ କୌଣସି ମାଟି ନରହେ। ଏହାପରେ ଏହାକୁ ଭଲ ଭାବରେ ଶୁଖାଇ ନିଅନ୍ତୁ |
୨. କାଟିବା:-ହଳଦୀ ଏବଂ ଅଦାକୁ ଲମ୍ବା କିମ୍ବା ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ।
୩. ମିଶ୍ରଣ ପ୍ରସ୍ତୁତି:-ଏକ ପରିଷ୍କାର ଏବଂ ଶୁଖିଲା କାଚ ଜାର ମଧ୍ୟରେ କଟା ହଳଦୀ, ଅଦା ଏବଂ କଞ୍ଚାଲଙ୍କାକୁ ରଖନ୍ତୁ।
୪. ଲେମ୍ବୁ ରସ ଏବଂ ଲୁଣମିଶ୍ରଣ:- ସେଥିରେ ସ୍ୱାଦାନୁସାରେ ଲୁଣ ଏବଂ ପର୍ଯ୍ୟାପ୍ତ ପରିମାଣରେ ଲେମ୍ବୁ ରସ ମିଶାନ୍ତୁ। ଲେମ୍ବୁ ରସ ଏପରି ପରିମାଣରେ ରହିବା ଦରକାର ଯେପରି ହଳଦୀ ଖଣ୍ଡଗୁଡ଼ିକ ସେଥିରେ ସମ୍ପୂର୍ଣ୍ଣ ବୁଡ଼ି ରହିବ।
୫.ଜାର୍ ର ଢାଙ୍କୁଣୀ ବନ୍ଦ କରି ଏହାକୁ ୩ରୁ ୬ ଦିନ ପର୍ଯ୍ୟନ୍ତ ଫ୍ରିଜ୍ ମଧ୍ୟରେ ରଖନ୍ତୁ। ପ୍ରତିଦିନ ଜାର୍ କୁ ଥରେ ହଲାଇ ଦିଅନ୍ତୁ ଯେପରି ଲେମ୍ବୁ ରସ ସବୁଆଡ଼େ ସମାନ ଭାବରେ ମିଶିଯିବ।
ଏହି ଆଚାରକୁ ସାଧାରଣ ତାପମାତ୍ରାରେ ନରଖି ସର୍ବଦା ଫ୍ରିଜରେ ସଂରକ୍ଷଣ କରନ୍ତୁ। ଏହାଦ୍ୱାରା ଏହା ୨ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ। ଆଚାର କାଢ଼ିବା ପାଇଁ ସବୁବେଳେ ଏକ ଶୁଖିଲା ଚାମଚ ବ୍ୟବହାର କରନ୍ତୁ।

- Advertisement -

Leave A Reply

Your email address will not be published.