ରାଜଧାନୀ ଉପକଣ୍ଠରୁ ୨୮ ପଜିଟିଭ

ବାରଙ୍ଗ,୨୪/୯(ଏସ୍‌ଏସ୍‌ନିୟୁଜ୍‌) ରାଜଧାନୀ ଉପକଣ୍ଠରେ କରୋନା ତାର ତାଣ୍ଡବ ରଚିରଚି ଚାଲିଛି । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢୁଥିବାବେଳେ ରାଜଧାନୀ ଉପକଣ୍ଠରେ ଥିବା ଗ୍ରାମମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।ତେବେ ଗୁରୁବାରଦିନ ମେଣ୍ଢାଶାଳ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଗ୍ରାମମାନଙ୍କରୁ ପୁଣି୨୮ ଟି ପଜିଟିଭ ଚିହ୍ନଟ ହୋଇଛି ।ସେଥିମଧ୍ୟରେ ଚନ୍ଦକା ଏସଓଜିରୁ ୧୩ଜଣ ଚିହ୍ନଟ ହୋଇଥିବାବେଳେ ଚନ୍ଦକାରୁ୧,କୁଜିମହଲରୁ୧ ,ଗ୍ରାମଢିହରୁ ୧, ଗୋଠପାଟଣାରୁ୧, କଂଟାବାଡ ଗଙ୍ଘାପାଟଣାରୁ୧,ରଘୁନାଥପୁରରୁ୧, ମେଣ୍ଢାଶାଳରୁ୨, ଦାରୁଠେଙ୍ଗ କୃଷ୍ନନଗରରୁଜଣେ ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛିା ସେହିଭଳିଭାବେ ଦାଢାପଂଚାୟତର କଂଟୁଣିଆଗ୍ରାମରୁ ଗତକାଲି ୩ଟି ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ଜଣଙ୍କର ପଜିଟିଭ ଜଣାପଡିଛି ।ଏହାସହ ଅନ୍ୟଆଡୁ ୫ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି ।୨୧,୨୨,୨୩ ତାରିଖରେ ମେଣ୍ଢାଶାଳସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ନମୁନା ସଂଗ୍ରହକରାଯାଇ ପରିକ୍ଷା ପାଇଁ ଏମ୍ସ ପଠାଯାଇଥିଲା । ସେମାନଙ୍କର ଗୁରୁବାରଦିନ ପଜିଟିଭରିପୋର୍ଟ ଆସିଥିବା ବେଳେ ସ୍ତାନୀୟ ଅଙ୍ଗନଓାଡିକର୍ମୀ ସହ ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା ଆକ୍ରାନ୍ତମାନଙ୍କୁ ଡାକ୍ତରଖାନା ତରଫରୁ ସୁଚନା ଦିଆଯାଇଥିବାର ଜଣାପଡିଛି ।( ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment